ବାପା ହେଲେ ହ୍ୟାଣ୍ଡସମ୍ ହଙ୍କ ଶାହିର, ଘରକୁ ଆସିଲେ କନ୍ୟା ସନ୍ତାନ
Khabar Odisha:handsome-Hank-Shahir-daughter-came-home
ମୁମ୍ବାଇ, ସେପ୍ଟେମ୍ବର ୧୧(ଖବର ଓଡିଶା):

ଟେଲିଭିଜନ ଦୁନିଆର ହ୍ୟାଣ୍ଡସମ୍ ହଙ୍କ ଶାହିର ଶେଖଙ୍କ ଘରକୁ ଆସିଲେ ନୂଆ ଅତିଥି । ପତ୍ନୀ ରୁଚିକା କପପର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ଖବର ଜଣାପଡିବା ପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏନେଇ ଶାହିର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ, ଗତ ମାସରେ ଶାହିରଙ୍କ ପତ୍ନୀ ରୁଚିକାଙ୍କ ବେବି ସାୱାରର ଫଟୋ ପୋଷ୍ଟ କରିଥିଲେ । ସେଇ ଉତ୍ସବରେ ଶାହିରଙ୍କ ପରିବାର ଓ ନିକଟ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । 

ତେବେ ଶାହିର ଓ ରୁଚିକା ଗତବର୍ଷ ବିବାହ କରିଥିଲେ । ଦୁହେଁ କୋର୍ଟ ମ୍ୟାରେଜ କରିଥିଲେ । ରୁଚିକା କପୁର ବାଲାଜୀ ମୋଶନ୍ ପିକ୍‌ଚର ଲିମିଟେଡର ସିନିଅର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି । ଏହା ସହିତ ସେ କ୍ରିଏଟିଭ୍ ପ୍ରଡ୍ୟୁସର ଦାୟିତ୍ୱରେ ମଧ୍ୟ ରହିଛନ୍ତି । ସେହିପରି ଶାହିର ଲୋକପ୍ରିୟ ଧାରାବାହିକ ପବିତ୍ର ରିସ୍ତା-୨ରେ ନଜର ଆସିଛନ୍ତି । 

  • Tags:

Subscribe

National International State Sports Entertainment