ବକ୍ସ ଅଫିସରେ ଜବରଦସ୍ତ ଆଦାୟ କରିଛି ମରଜାୱାଁ
Khabar Odisha:entertainment-odisha-2nd-day-box-office-collections-of-film-marjaavaan
ନୂଆଦିଲ୍ଲୀ, ନଭେମ୍ଵର ୧୭ (ଖବର ଓଡିଶା) :

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ରିତେଶ ଦେଶମୁଖଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ମରଜାୱାଁ ନଭେମ୍ଵର ୧୫ରେ ରିଲିଜ୍ ହୋଇଥିଲା। ମିଲାପ ଜାବେରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମରଜାୱାରେ ସିଦ୍ଧାର୍ଥ ଏବଂ ରିତେଶଙ୍କ ବ୍ୟତୀତ ତାରା ସୁତାରିୟା, ରକୁଲ ପ୍ରୀତ, ନାସର ମୁଖ୍ୟ ଭୂମିକାରେ ଅଛନ୍ତି। ତେବେ ଫିଲ୍ମର ବ୍ୟବସାୟ ଦେଖି ଲାଗୁଛି କି, ଫ୍ୟାନ୍ସଙ୍କୁ ଏହା ଖୁବ୍ ପସନ୍ଦ ଆସିଛି। 

ବକ୍ସ ଅଫିସ୍ ଇଣ୍ଡିଆ ଅନୁସାରେ, ଫିଲ୍ମ ମରଜାୱାଁ ପ୍ରଥମ ଦିନରେ ୭ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନ ମଧ୍ୟ ୭ କୋଟି ବ୍ୟବସାୟ କରିଛି। ଏହି ହିସାବରେ ଫିଲ୍ମ ୧୪ କୋଟି ବ୍ୟବସାୟ କରିଛି। ପୂର୍ବରୁ ରିତେଶ ଏବଂ ସିଦ୍ଦାର୍ଥଙ୍କ ଯୋଡି ଏକ ଭିଲାନରେ ଦେଖିବାକୁ ମିଳିଥିଲା। 

ଏହି ଫିଲ୍ମରେ କିଛି ନୂଆ କାହାଣୀ ରହିଛି। ପ୍ୟାର, ମହବତ, ବଦଲା, ଇମୋଶନରେ ଭରପୁର ଫିଲ୍ମ। ଫିଲ୍ମର କାହାଣୀ ଟ୍ୟାଙ୍କର ମାଫିଆ କିଙ୍ଗ ଅନ୍ନା, ରଘୁ, ଅନ୍ନାର ପୁଅ ବିଷ୍ଣୁ, ବାର ଡ୍ୟାନ୍ସର ଆରଜୁ, ଏବଂ ଜୋୟା ଉପରେ କେନ୍ଦ୍ରୀତ କରାଯାଇଛି। ଅପରାଧ ମାଫିଆରେ ମାର ପିଟରେ ଅନ୍ନାର ଡାହାଣ ହାତ ରଘୁକୁ ଦେଖିବାକୁ ମିଳିଛି।

Subscribe

National International State Sports Entertainment