ଲୁଟେରା ଔରଙ୍ଗଜେବକୁ ‘ମୋଗଲ ସମ୍ରାଟ’, ଦେଶ ରକ୍ଷକଙ୍କୁ କେବଳ ‘ଶିବାଜୀ’- ସୋସିଆଲ ମିଡିଆରେ #BoycottKBC
Khabar Odisha:entertainment-national-odisha-kaun-banega-crorepat-amitabh-bachchan-trolled-over-shivaji-maharaj-question
ନୂଆଦିଲ୍ଲୀ, ନଭେମ୍ଵର ୦୮ (ଖବର ଓଡିଶା) :

ଅମିତାଭ ବଚ୍ଚନଙ୍କ ବହୁ ଚର୍ଚ୍ଚିତ ରିୟାଲିଟି ସୋ କୌନ ବନେଗା କରୋଡପତି ଏବେ ବିବାଦ ଘେରରେ। ଏହି ସୋରେ ଏପରି ପ୍ରଶ୍ନ କରାଯାଇଛି ଯାହାକୁ ନେଇ ସୋକୁ ବୟକଟ କରିବାକୁ ଦାବି କରାଯାଇଛି। ଏହି ରିୟାଲିଟି ସୋରେ ଅମିତାଭ ବଚ୍ଚନ ମୋଗଲ ଶାସକଙ୍କ ସହ ଜଡିତ ବାଦଶାହା ଔରଙ୍ଗଜେବଙ୍କ ସମ୍ଵଧିତ ପ୍ରଶ୍ନ କରିଥିଲେ। 

ଅମିତାଭ ପ୍ରଶ୍ନ କରିଥିଲେ ଯେ, ଏହି ମାନଙ୍କ ମଧ୍ୟରୁ କେଉଁ ଶାସକ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମକାଳୀନ ଥିଲେ। ଏହାର ଅପ୍ସନ ଥିଲା ମହାରାଣା ପ୍ରତାପ, ରାଣା ସାଙ୍ଗା, ମହାରାଜା ରଞ୍ଜିତ ସିଂହ ଏବଂ ଶିବାଜୀ। ସୋରେ ଛତ୍ରପତି ଶିବାଜୀ ମହାରାଜାଙ୍କର ନାମ କେବଳ ଶେବାଜୀ ଲେଖାଯାଇଥିଲା। ଏହି କାରଣରୁ ଲୋକମାନେ ଅସନ୍ତୁଷ୍ଟ ହୋଇଥିଲେ। ଲୋକମାନଙ୍କ କହିବା ଅନୁଯାୟୀ ଛତ୍ରପତି ଶିବାଜୀଙ୍କୁ ଏଭଳି ଶିବାଜୀ କହିବା ତାଙ୍କ ପ୍ରତି ଅସମ୍ମାନ। ଲୋକମାନେ ସୋସିଆଲ ମିଡିଆରେ ବୟକଟ କରିବା ଦାବି କରିଛନ୍ତି। ଏହା ସହ ସୋନି ଟିଭି କ୍ଷମା ମାଗୁ ବୋଲି ଦାବି କରାଯାଇଛି। 

ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ, ମୋଗଲ ଆକ୍ରମଣକାରୀଙ୍କୁ ସମ୍ରାଟ ଏବଂ ଶିବାଜୀ ମହାରାଜଙ୍କୁ କେବଳ ଶିବାଜୀ। ଏପରି କେମିତି? ଏହା ନିରାଶଜନକ, ଲାଜ ଲାଗିବା ଉଚିତ୍। ଅନ୍ୟ ଜଣେ ଲେଖିଛନ୍ତି ଯେ, କେବିସି କ୍ରୁର ଶାସକକୁ ସମ୍ରାଟ କହୁଛି କିନ୍ତୁ ଦେଶ ପାଇଁ ଲଢେଇ କରିଥିବା ଲୋକକୁ କେବଳ ଶିବାଜୀ। 

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଆମକୁ ଏଭଳି କମ୍ପାନୀ ଆବଶ୍ୟକ ନାହିଁ ଯିଏ ଦେଶର ପ୍ରକୃତ ହିରୋଙ୍କୁ ସମ୍ମାନ ଦେଇ ପାରିବ ନାହିଁ। ଏଥିପାଇଁ ସୋନି ଟିଭିକୁ କ୍ଷମା ମାଗିବାକୁ ପଡିବ। ଶିବସେନାକୁ ଚ୍ୟାନେଲକୁ ନୋଟିସ ପଠାଇବା ଉଚିତ୍। ଭାରତ ହିନ୍ଦୁ ବାହାଦୂର ଏବଂ ଯୋଦ୍ଧାଙ୍କ ଭୂମି। ଏଭଳି ମହାନ ମହାରଥୀଙ୍କ ଅସମ୍ମାନ କରିବା କାହାର ଅଧିକାର ନାହିଁ।

Subscribe

National International State Sports Entertainment