ହାତରେ ଧ୍ଵଜ ଧରି ନଜର ଆସିଲେ ଅଜୟ ଦେଭଗନ, ରିଲିଜ୍ ହେଲା ତାନାଜୀର ଟିଜର
Khabar Odisha:entertainment-bollywood-odisha-watch-video-ajay-devgn-seen-with-saffron-flag-in-hand-tanhajitheunsungwarrior
ନୂଆଦିଲ୍ଲୀ, ନଭେମ୍ଵର ୧୫ (ଖବର ଓଡିଶା) :

 ବଲିଉଡ ଅଭିନେତା ଅଜୟ ଦେଭଗନ ଖୁବ୍ ଶୀଘ୍ର ଫିଲ୍ମ ତାନାଜୀ ଦ ଅନସଙ୍ଗ ୱାରିଅର ନେଇ ପରଦାକୁ ଫେରୁଛନ୍ତି। ବଲିଉଡରେ ଅଜୟଙ୍କର ଏହା ୧୦୦ତମ ଫିଲ୍ମ। ତେଣୁ ଅଜୟଙ୍କ ପ୍ୟାନ୍ସମାନେ ଏହାକୁ ଅପେକ୍ଷା କରି ରହିଛନ୍ତି। ତେବେ ତାନାଜୀର ଟିଜର ଆଜି ରିଲିଜ୍ ହୋଇଛି। 

ତାନାଜୀର ଟିଜର ରିଲିଜ୍ ହେବାପରେ ସୋସିଆଲ ମିଡିଆରେ ଏହା ଧମାଲ କରୁଛି। ଫ୍ୟାନ୍ସଙ୍କ ନିଟରେ ଟିଜରଟି ବେଶ୍ ଆଦୃତ ହୋଇଛି। ରିଲିଜ୍ ହେବା ପରଠାରୁ ୩୫ ହଜାର ଭିଉ ହୋଇସାରିଲାଣି। ଏହି ୧୨ ସେକେଣ୍ଡର ଟିଜରରେ କାହାର ଚେହେରା ନଜର ଆସୁନାହିଁ। କିନ୍ତୁ ତଥାପି ମଧ୍ୟ ଲୋକମାନଙ୍କୁ ଏହା ଖୁବ୍ ପସନ୍ଦ ଆସିଛି। 

ଏହି ଫିଲ୍ମର ଟିଜରରେ ପ୍ରଥମେ ଅଜୟ ଦେଭଗନଙ୍କ ସ୍ଵର ଶୁଣିବାକୁ ମିଳୁଛି। ସେ ଦମଦାର ସ୍ଵରରେ କହୁଛନ୍ତି ଯେ, ସ୍ଵରାଜ ଠାରୁ ବଡ ଆଉ କଣ ଅଛି। ଏହାପରେ ସେ ହାତରେ ଧ୍ଵଜ ଧରି ବସିଥିବା ନଜର ଆସୁଛନ୍ତି। ତେବେ ଫିଲ୍ମର ଟ୍ରେଲର ନଭେମ୍ଵର ୧୯ରେ ରିଲିଜ ହେବାକୁ ଯାଉଛି। ତାନାଜୀରେ ଅଜୟଙ୍କୁ ପୁଣି ଥରେ ତାଙ୍କ ପତ୍ନୀ କାଜଲଙ୍କ ସହ କାମ କରିବାକୁ ସୁଯୋଗ ମିଳିଛି। ଏଥିରେ ସୈଫ ଅଲ୍ଲୀ ଖାନ, ଶରଦ କେଲକର ଏବଂ ପଙ୍କଜ ତ୍ରିପାଠୀଙ୍କ ଭଳି କଳାକାର ଅଛନ୍ତି। ଇତିହାସ ଉପରେ ନିର୍ମିତ ଏହି ଫିଲ୍ମ ଜାନୁୟାରୀ ୧୦ରେ ରିଲିଜ୍ ହେବାକୁ ଯାଉଛି।

Subscribe

National International State Sports Entertainment