ରିଲିଜ୍ ହେଲା "ଫିଲହାଲ"ର ଟିଜର, ୨୨ ଘଣ୍ଟାରେ ୨୧ ଲକ୍ଷ ଭିୱର
Khabar Odisha:entertainment-bollywood-odisha-akshay-kumar-first-ever-music-video-filhaal-teaser-released-sung-by-b-prak
ନୂଆଦିଲ୍ଲୀ, ନଭେମ୍ବର ୦୭ (ଖବର ଓଡିଶା) :

 ଆକ୍ସନ ଷ୍ଟାର ଅକ୍ଷୟ କୁମାର ପ୍ରଥମ ଥର ପାଇଁ ମ୍ୟୁଜିକ ଭିଡିଓ ଦୁନିଆରେ ପାଦ ଥାପିଛନ୍ତି। ତାଙ୍କର ଡେବ୍ୟୁ ସଙ୍ଗ ଫିଲହାଲର ଟିଜର ରିଲିଜ୍ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଗାୟକ ବି ପ୍ରାକଙ୍କ ସହ ଅକ୍ଷୟ ଏହି ଗୀତରେ ତୃତୀୟ ଥର ପାଇଁ କାମ କରିଛନ୍ତି। 

ଫିଲହାଲ ଗୀତରେ ଅକ୍ଷୟ ଆକ୍ସନ ଏବଂ କମେଡି ଓ ରୋମାଣ୍ଟିକ୍ ସିନରେ ଦେଖିବାକୁ ମିଳିଛନ୍ତି। ଏଥିପାଇଁ ଏହି ଟିଜର ଲୋକମାନଙ୍କୁ ଖୁବ୍ ପସନ୍ଦ ଆସିଛି। ନଭେମ୍ବର ୯ରେ ସମ୍ପୂର୍ଣ୍ଣ ଗୀତଟି ରିଲିଜ୍ ହେବ। ଦେଖନ୍ତୁ ଟିଜର...

ଅକ୍ଷୟ କୁମାର, କୃତି ସେନନଙ୍କ ଭଉଣୀ ନୁପୁରଙ୍କ ସହ ନଜର ଆସିଛନ୍ତି। ଏହି ଟିଜରରେ ୟୁଟ୍ୟୁବରେ ରିଲିଜ୍ ହେଉ ହେଉ ମାତ୍ର ୨୨ ଘଣ୍ଟା ମଧ୍ୟରେ ୨୧ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଏହି ମଧ୍ୟରେ ଏକ ଖବର ଆସିଛି ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ପାଇଁ ୧୦୦ କୋଟି ଫିସ୍ ନେବାକୁ ଯାଉଛନ୍ତି। ସେ ଲଗାତର ସୁପରହିଟ୍ ଫିଲ୍ମ ଦେଇ ଆସୁଥିବାରୁ ଆଗାମୀ ଫିଲ୍ମ ପାଇଁ ଅକ୍ଷୟ ୧୦୦ କୋଟି ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Subscribe

National International State Sports Entertainment