ରିଲିଜ ହେଲା ଦମଦାର ଆକ୍ସନ ଫିଲ୍ମ “ପାନିପତ”
Khabar Odisha:entertainment-bollywood-Panipat-movie-Released-today
ନୂଆଦିଲ୍ଲୀ, ଡିସେମ୍ବର ୦୬ (ଖବର ଓଡିଶା):

ଏଥର ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଦମଦାର ଆକ୍ସନ ଫିଲ୍ମ “ପାନିପତ” । ଏବେ ବଲିଉଡ ପରଦାରେ ଇତିହାସର ଏକ କାହାଣୀକୁ ଚିତ୍ରିତ କରାଯାଇଛି। ଦମଦାର ଆକ୍ସନ ଥିବା ଫିଲ୍ମ “ପାନିପତ” ଆଜି ରିଲିଜ ହୋଇ ବକ୍ସ ଅଫିସରେ ଧମାଲ କରୁଛି ।  

ଆଜି ରିଲିଜ ହୋଇଥିବା ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଫିଲ୍ମ “ପାନିପତ”ରେ ସଞ୍ଜୟ ଦତ୍ତ, ଅର୍ଜୁନ କାପୁର, କୃତି ସେନନ ମୁଖ୍ୟ ଭୂମିକାରେ ଥିବା ନଜରକୁ ଆସିଛନ୍ତି । ଅହମ୍ମଦ ଶାହାଙ୍କ ଭୂମିକାରେ ଥିବା ସଞ୍ଜୟ ଦତ୍ତ ଫିଲ୍ମରେ ଧମାକାଦାର ଅଭିନୟ କରିଛନ୍ତି। ଭାରତ ଇତିହାସରେ ହୋଇଥିବା ଏକ ଯୁଦ୍ଧ ଉପରେ ଏହା ଆଧାରିତ ହୋଇଛି । ଏହି କାହାଣୀ ଆଫଗାନିସ୍ତାନ ଶାସକ ଅହମ୍ମଦ ଶାହା ଓ ମରାଠା ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ରହିଛି ।

ଫିଲ୍ମରେ ହ୍ୟାଣ୍ଡସମ୍ ହଙ୍କ ଅର୍ଜୁନ କପୁର ସଦାଶିବ ଭାଓ ଭୂମିକାରେ ଅଛନ୍ତି। କୃତ୍ତି ମରାଠା ମହାରାଣୀ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଐତିହାସିକ କାହାଣୀ ଆଧାରରେ ନିର୍ମାଣ କରାଯାଇଛି। 

  • Tags:

Subscribe

National International State Sports Entertainment