ପଞ୍ଜାବରେ ଅକ୍ଷୟ କୁମାରଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ”କୁ ତୀବ୍ର ବିରୋଧ , ଜାଣନ୍ତୁ ଏହାର କାରଣ ?
Khabar Odisha:akshay-kumar-and-katrina-kaif-film-sooryavanshi-facing-farmers-protest-in-punjab-hoshiarpur-
ନୁଆଦିଲ୍ଲୀ,ନଭେମ୍ବର ୦7(ଖବର ଓଡ଼ିଶା):

 ଆଜିକାଲି ଅନେକ ବଡ ବଡ଼ ବଲିଉଡ ଫିଲ୍ମ ବିଷୟରେ ଜବରଦସ୍ତ ଆଲୋଚନା ହେଉଛି । ଅନେକଙ୍କ ସୁଟିଂ ଚାଲିଛି ଏବଂ ଅନେକ ବଡ଼ ପରଦାରେ ମଧ୍ୟ ନଜର ଆସିଲେଣି । ତେବେ ଏହାରି ଭିତରେ ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ୍ ହୋଇଛି ଫିଲ୍ମ ““ସୂର୍ଯ୍ୟବଂଶୀ” ।

ଗୋଟିଏ ପଟେ ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଅନ୍ୟ ପଟେ ଏହି ଫିଲ୍ମ ପଞ୍ଜାବର ଚାଷୀଙ୍କ ବିରୋଧର ସମ୍ମୁଖୀନ ହୋଇଛି । ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ବିରୋଧରେ ଜବରଦସ୍ତ ବିରୋଧ ପ୍ରଦର୍ଶନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ବିରୋଧ ପଛର ପୁରା କାହାଣୀ ବିଷୟରେ ପଞ୍ଜାବର ହୋଶିଆରପୁର ଜିଲ୍ଲାରେ ଏହି ଚଳଚ୍ଚିତ୍ର ବିରୋଧରେ କୃଷକମାନେ ବିରୋଧ କରୁଛନ୍ତି କାରଣ ରୋହିତ ଶେଟ୍ଟୀଙ୍କ ଫିଲ୍ମର ସ୍କ୍ରିନିଂରେ କିଷାନ ବିଲ୍ ବିରୋଧରେ ଅକ୍ଷୟ କୁମାର ସେମାନଙ୍କୁ ସମର୍ଥନ କରିନାହାନ୍ତି ତେଣୁ କୃଷକମାନେ ଏହାକୁ ନେଇ ବିରୋଧ କରିଛନ୍ତି ।

ଅନ୍ୟ ପଟେ କହିବାକୁ ଗଲେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ “ସୂର୍ଯ୍ୟବଂଶୀ ଶୁକ୍ରବାର ଦିନ ଏହା ସୁପର ଡ଼ୁପର ହୋଇଛି । ଗତକାଲି ଫିଲ୍ମର ଦ୍ୱିତୀୟ ଦିନ ଥିଲା ଏବଂ ଯାହା ଆଶା କରାଯାଉଥିଲା ତାହା ହିଁ ହୋଇଛି । ପ୍ରଥମ ଦିନ ପରି, ଦ୍ୱିତୀୟ ଦିନରେ ସଂଗ୍ରହ ମଧ୍ୟ ବହୁତ ଭଲ ହୋଇଛି । ପ୍ରଥମ ଦିନରେ ୨୬.୨୯ କୋଟି ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୪.୫୦ କୋଟି ଟଙ୍କା ସଂଗ୍ରହ କରିଛି।

  • Tags:

Subscribe

National International State Sports Entertainment