ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ କରୁଛି ଭିକି କୌଶଲଙ୍କ ଐତିହାସିକ ମହାକାବ୍ୟ ଛାବା । ଏହି ଐତିହାସିକ ଡ୍ରାମା ଫିଲ୍ମ ୨୦୨୫ର ଏ ପର୍ଯ୍ୟନ୍ତ ସବୁଠୁ ବଡ ହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଛି । ଫିଲ୍ମ ମାତ୍ର ୩ ଦିନରେ ୧୦୦ କୋଟିରୁ ଅଧିକ କାରବାର କରି ସାରିଲାଣି । ଏହା ଭିକି କୌଶଲଙ୍କ କ୍ୟାରିୟରର ତୃତୀୟ ସବୁଠୁ ବଡ ଫିଲ୍ମ ହୋଇ ସାରିଛି । ଆଗକୁ ଛାବା ଅନେକ ରେକର୍ଡ ଭାଙ୍ଗିବାକୁ ଯାଉଛି ।
ଛାବା ଫିଲ୍ମକୁ କେବଳ ସିନେ ସମୀକ୍ଷକ ପସନ୍ଦ କରି ନାହାନ୍ତି ବରଂ ସବୁ ବର୍ଗର ଦର୍ଶକ ଫିଲ୍ମକୁ ବେଶ ପ୍ରଶଂସା କରୁଛନ୍ତି । ଏହାର ପରିଣାମ ବକ୍ସ ଅଫିସରେ ପ୍ରଥମ ଦିନରୁ ଦେଖିବାକୁ ମିଳିଛି । ସାକନିଲକର ରିପୋର୍ଟ ଅନୁଯାୟୀ, ଛାବା ପ୍ରଥମ ତିନି ଦିନରେ ୧୧୬.୫ କୋଟି ଟଙ୍କାର ଦମଦାର ବ୍ୟବସାୟ କରିଛି । ଏହି ଫିଲ୍ମ ଭିକି କୌଶଲଙ୍କ ତୃତୀୟ ସବୁଠୁ ବଡ ଫିଲ୍ମ ହୋଇ ସାରିଛି ।
ଭିିକି କୌଶଲଙ୍କ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହେଉଛି ଉରି: ଦ ସର୍ଜିକାଲ ଷ୍ଟ୍ରାଇକ । ଏହି ଫିଲ୍ମ ୨୦୧୯ରେ ରିଲିଜ୍ ହୋଇଥିଲା ଏବଂ ୨୪୪.୧୪ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଦ୍ୱିତୀୟରେ ରହିଛି ଫିଲ୍ମ ରାଜି । ଏହି ଫିଲ୍ମ ମୋଟ୍ ୧୨୩.୭୪ କୋଟି ଟଙ୍କା ଆୟ କରି ପାରିଥିଲା । ଛାବା ବର୍ତ୍ତମାନ ତୃତୀୟରେ ରହିଛି । ଫିଲ୍ମ ୩ ଦିନରେ ୧୧୬.୫ କୋଟି ଟଙ୍କାର କାରବାର କରି ସାରିଛି । ଫିଲ୍ମର କ୍ରେଜକୁ ଦେଖିଲେ ଏହା ଆଗାମୀ ଦିନରେ ଭିକି କୌଶଲଙ୍କ ସବୁଠୁ ବଡ ଫିଲ୍ମ ସାବ୍ୟସ୍ତ ହୋଇପାରେ ।
ସୋମବାର ହିଁ ଛାବା ଫିଲ୍ମ ରାଜିର ଲାଇଫ ଟାଇମ କଲେକ୍ସନକୁ ପଛରେ ପକାଇ ଦେବ । ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହା ୨୦୦ କୋଟି ପାଖାପାଖି କାରବାରରେ ପହଞ୍ଚିପାରେ । ଛାବାରେ ଭିକି କୌଶଲଙ୍କ ସହିତ ରଶ୍ମିକା ମନ୍ଦାନା ଓ ଅକ୍ଷୟ ଖନ୍ନା ଗୁରୁତ୍ୱପୂର୍ଣ୍ଣ ଭୁମିକାରେ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମ ଉଟେକର । ଫିଲ୍ମଟି ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜି ମହାରାଜଙ୍କ କାହାଣୀ ଉପରେ ନିର୍ମିତ ହୋଇଛି ।