୮୦ ବର୍ଷ ବୟସରେ ଭେଟରାନ ଅଭିନେତା କ୍ରିଷ୍ଣା ଘଟାମାନେନିଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦୁଃଖ ପ୍ରକାଶ ନୂଆଦିଲ୍ଲୀ, ନଭେମ୍ବର ୧୫(ଖବର ଓଡ଼ିଶା) Share story: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପିତା ତଥା ଭେଟରାନ ଅଭିନେତା କ୍ରିଷ୍ଣା ଘଟାମାନେନିଙ୍କ ପରଲୋକ । ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ହୃଦ୍ଘାତ ହେତୁ କ୍ରିଷ୍ଣାଙ୍କୁ ସୋମବାର ସକାଳେ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, ହାର୍ଟ ଆଟାକ୍ ଆସିବା ପରେ ସେ ଚେତା ଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଶେଷରେ ତାଙ୍କୁ ବଞ୍ଚାଇ ପାରୁନାହିଁ। ତେବେ ଭେଟେରାନ୍ ଅଭିନେତା କ୍ରିଷ୍ଣା ଘାଟାମୋନିଙ୍କ ମୃତ୍ୟୁକୁ ନେଇ ଆନ୍ଧ୍ରପ୍ରଦେଶର ସିଏମ ଜଗନ୍ ମୋହନ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଖବର ଓଡ଼ିଶା, Reporter, 14/11/2022