ଏମିତି ତ ଭୁବନେଶ୍ୱର ଅନେକ କାରଣ ପାଇଁ ବିଶ୍ଵବ୍ୟାପୀ ପ୍ରସିଦ୍ଧ । ତାହା ମନ୍ଦିରର ଆଶ୍ଚର୍ଯ୍ୟଜନକ କାରୁକାର୍ଯ୍ୟ ହେଉ କି ଏଠାକାର ସ୍ୱାଦିଷ୍ଟ ଖାଦ୍ୟ । ଯିଏ ବି ଏଠାରେ ଆସନ୍ତି ସେ ଏଠାକାର ହୋଇ ରହି ଯାଆନ୍ତି । ଠିକ ଏମିତି ଏଠାକାର ଖାଇବାର ଫ୍ୟାନ୍ ହେଇଯାଇଛନ୍ତି ଭାରତର ବେଶ ପ୍ରସିଦ୍ଧ ସେଫ ବିକାଶ ଖନ୍ନା । କିଛି ଦିନ ପୂର୍ବର ସେଫ ବିକାଶ ଭୁବନେଶ୍ୱର ଆସିଥିଲେ । ଆସିବାପରେ ସେଫ ବିକାଶ ଏଠାରେ ଥିବା ସମସ୍ତ ପ୍ରସିଦ୍ଧ ଜିନିଷକୁ explore କରିଥିଲେ । ତେବେ ତାଙ୍କ explore କରିବା ଲିଷ୍ଟରେ ଓଡ଼ିଶାର ବେଶ ଲୋକପ୍ରିୟ ଖାଦ୍ୟ ଦହିବରା ମଧ୍ୟ ଥିଲା ।
ନିକଟରେ ସେଫ ବିକାଶ ଏକ ସାକ୍ଷାତକାରରେ ଦହିବରା ଆଳୁଦମ ଖାଇବାର ଏକ୍ସପେରିନ୍ସକୁ କହିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁରୀ ଯିବା ସମୟରେ ସେଫ ବିକାଶ ଦହିବରା ଆଳୁଦମ ଖାଇଥିଲେ । ସେଠାରେ ସେ ପ୍ରଥମ ଥର ପାଇଁ ଦହିବରା ଆଳୁଦମ କେମିତି ତିଆରି କରାଯାଏ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ କେବେ ଭାବି ନଥିଲେ ଯେ ଅଲଗା ସ୍ଥାନରେ ମିଳୁଥିବା dahi bhalla କୁ ଆଳୁଦମ ସହ ମଧ୍ୟ ଖିଆ ଯାଇପାରେ । ଏହାକୁ ଟେଷ୍ଟ କରି ସେଫ ବିକାଶ କହିଥିଲେ,
ସେହି ଦହିବରା ଆଳୁଦମ ଖାଇ ମୁଁ ଏତେ ଖୁସି ହୋଇ ଯାଇଥିଲି ଯେ ମୁ ରାସ୍ତା ଡାନ୍ସ କରିବାକୁ ଆରମ୍ଭ କରିଥିଲି । ଏହାସହ ଧିରେ ଧିରେ ଦହିବରା ଆଳୁଦମର ପପୁଲାରିଟି ଏତେ ବଢ଼ି ଯାଇଛି ସେଠାରେ ଥିବା ରେଷ୍ଟୁରାଣ୍ଟ୍ ର ମେନୁ ରେ ମଧ୍ୟ ସାମିଲ ହୋଇଛି ।