ବଞ୍ଚିଥିବା ବେଳେ ହୋଇପାରିଲା ନାହିଁ, ମୃତ୍ୟୁ ପରେ ପୂରଣ ହେଲା ସ୍ୱପ୍ନ
Khabar Odisha:This-dream-of-Sushant-will-be-fulfilled-after-death-to-be-honored-with-Dadasaheb-Phalke-Awards
ନୂଆଦିଲ୍ଲୀ, ଅଗଷ୍ଟ ୨୯ (ଖବର ଓଡ଼ିଶା):

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାଙ୍କ ପରିବାର ସମେତ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଏକ ବଡ଼ ଟକା ଦେଇଛି । ବଲିଉଡରେ ଦୀର୍ଘ 11 ବର୍ଷ କ୍ୟାରିୟର ମଧ୍ୟରେ ସୁଶାନ୍ତଙ୍କୁ ଗୋଟିଏ ହେଲେ ମଧ୍ୟ ଫିଲ୍ମଫେୟାର ପୁରସ୍କାର ମିଳି ପାରିନଥିଲା, ଏ ନେଇ ସୁଶାନ୍ତଙ୍କ ଜୀବନରେ ଏକ ବଡ ଅବଶୋଷ ରହିଯାଇଥିଲା । ହେଲେ ବଲିଉଡର ଏହି ସ୍ୱର୍ଗତ ଅଭିନେତାଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ତାଙ୍କ ମୃତ୍ୟୁ ପରେ ପୂରଣ ହେବାକୁ ଯାଉଛି ।

ଦାଦା ସାହେବ ଫାଲକେ ପୁରସ୍କାର ପାଇବା ନେଇ ପ୍ରତ୍ୟେକ ବଲିଉଡ ତାରକାଙ୍କର ନିଶ୍ଚିତ ଭାବେ ଏକ ସ୍ୱପ୍ନ ଥିବ, କିନ୍ତୁ ଏହି ସ୍ୱପ୍ନକୁ ସୁଶାନ୍ତ ମଧ୍ୟ ଦେଖିଥିଲେ ବଞ୍ଚିଥିବା ବେଳେ କିନ୍ତୁ ତାଙ୍କର ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ, ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ଏହି ସ୍ୱପ୍ନ ପୂରଣ କରିଛି ଦାଦା ସାହେବ ଫାଲକେ ଆୱାର୍ଡସ | ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରେ ସୂଚନା ପ୍ରଦାନ କରି ଦାଦା ସାହେବ ଫାଲକେ ଆୱାର୍ଡସ ପକ୍ଷରୁ କୁହାଯାଇଛି ଯେ ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର 2021 ପାଇଁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମରୋଣୋତ୍ତର ଭାବେ ସମ୍ମାନିତ କରାଯିବ ।

  • Tags:

Subscribe

National International State Sports Entertainment