ଏକାମ୍ର ଉତ୍ସବରେ ସୋନୁ ନିଗମଙ୍କ କଣ୍ଠର ଯାଦୁ Khabar Odisha : 09/02/2024 Share story: ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟାରେ ଚାଲିଲା ସୋନୁ ନିଗମଙ୍କ କଣ୍ଠର ଯାଦୁ । ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଦ୍ୱାରା ସଂଗଠିତ ଏକାମ୍ରା ଉତ୍କଳ, ଉପସ୍ଥିତ ଲୋକଙ୍କୁ ଏକ ସ୍ମରଣୀୟ ସନ୍ଧ୍ୟାରେ ଚିତ୍ତାକର୍ଷକ ପ୍ରଦର୍ଶନରେ ପରିପୂର୍ଣ୍ଣ କରିଥିଲେ । ସାଙ୍ଗୀତା ମୁର୍ଖାନାରେ ଷଷ୍ଠ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ବଲିଉଡର ପ୍ରଖ୍ୟାତ ଗାୟକ ସୋନୁ ନିଗମଙ୍କ ଚମତ୍କାର ପ୍ରଦର୍ଶନ । ସୋନୁଙ୍କ ସ୍ୱରର ତାଳେ ତାଳେ ଝୁମିଲେ ରାଜଧାନୀବାସୀ । ଆଇ ଲଭ୍ ୟୁ... ଜୟ ଜଗନ୍ନାଥ... କହି ସନ୍ଧ୍ୟାର ଆରମ୍ଭ କରିଥିଲେ ସୋନୁ । ଯାହା ସମସ୍ତ ରାଜଧାନୀବାସୀଙ୍କ ମନ କିଣିନେଇଥିଲା । ଷ୍ଚେଜରେ ଉଭୟ ଓଡ଼ିଆ ଓ ହିନ୍ଦୀର ସୁପରହିଟ୍ ଗୀତଗୁଡିକୁ ଦର୍ଶକଙ୍କୁ ଭେଟି ଦେଇଥିଲେ । ସେଠାରେ ସେ ଉଭୟ ହିନ୍ଦୀ ଓଡ଼ିଆ ଗୀତ ଗାଇଥିବା ବେଳେ ଓଡ଼ିଆ ଗୀତ ଚାଲ୍ ବେଗି ବେଗି ଯିବା ସଜନୀ, ଗୁଣ୍ଡିଚା ଡାକୁଛି ଆ, ମୃଦଙ୍ଗ ବଜିଲାରେ, ପୁଚୁକି ଗାଲି, ଗୋରୀ ଝୁମୁରୁ ଝୁମୁରୁ ତୋର ପାଦ ପାଉଁଜି ଆଦି ୫୦ରୁ ଊର୍ଦ୍ଧ୍ବ ଗୀତ ଗାଈ ସମସ୍ତଙ୍କୁ ମତୁଆଲା କରିଥିଲେ । ଏହାସହ ଜିନ୍ଦେଗୀ ହେ ଯେଶେ ବାରିସୋଁ କି ପାନି, ଆଜ୍ କାଲ୍ ମେରା ମନ୍, ଐସା ପେହଲି ବାର୍ ହୁଆ ହେ... ମୌସମ ହେ ମସ୍ତାନା, ହସ୍ ମତ୍ ପଗଲି ପ୍ୟାର୍ ହୋ ଯାଏଗା ଭଳି ଅନେକ ସୁପରହିଟ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନ ଜିତିଥିଲେ । ଏଥିରେ ସାମିଲ ହୋଇ ଦର୍ଶକମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । Ekamra Utsav Sonu Nigam Ayesha Debnath, Author, 09/02/2024