ଭୁବନେଶ୍ୱର : ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ପ୍ରଯୋଜକ କରନ ଜୋହରକୁ କିଏ ବା ଜାଣିନି । କରନ ତାଙ୍କ ଫିଲ୍ମ ସହିତ ଷ୍ଟାର କିଡ୍ ମାନଙ୍କୁ ଲଞ୍ଚ କରିବା ଏବଂ ଇଣ୍ତଷ୍ଟ୍ରୀ ବିଷୟ ଅନେକ ଆଲୋଚନ କରି ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । କରନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ କାମ କଥା ଆସେ, ସେ ନିଜକୁ ପ୍ରତିଭାଶାଳୀ ଅପେକ୍ଷା ଅଧିକ ଭାଗ୍ୟବାନ ଭାବନ୍ତି। କରନ ଦାବି କରଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଲୋକ ଏକ ପ୍ରକାରର ଭ୍ରମରେ ବଞ୍ଚୁଛନ୍ତି, ଯାହାର କୌଣସି ଉପଚାର ନାହିଁ।
ଇଣ୍ତଷ୍ଟ୍ରୀ ଭ୍ରମରେ ଅଛି
ବାଣିଜ୍ୟ ବିଶ୍ଳେଷକ କୋମଲ ନାହାଟାଙ୍କ ସହ ଏକ ଆଲୋଚନାରେ କରନ ଜୋହର କହିଛନ୍ତି ଯେ ସେ କେବେ ବିଶ୍ୱାସ କରିନଥିଲେ ଯେ ସେ ଯେଉଁ ସଫଳତା ପାଇଛନ୍ତି ତାହା ତାଙ୍କ ପାଇଁ ଯୋଗ୍ୟ। ଗୋଟେ ଦିନ ‘ମାଇ ନେମ୍ ଇଜ୍ ଖାନ୍’ ର ସେଟ୍ ରେ ବସି ମୁଁ ଭାବିଲି ‘ବୋଧେ ମୋତେ ମୋ କାମ ଆସୁଛି, ମୁଁ ସବୁବେଳେ ଭାବେ ମୁଁ ପ୍ରତିଭାଶାଳୀ ଅପେକ୍ଷା ଅଧିକ ଭାଗ୍ୟବାନ । ମୁଁ ଜଣେ ବାସ୍ତବବାଦୀ, ମୁଁ ଭ୍ରମରେ ବଞ୍ଚେ ନାହିଁ। ଭ୍ରମ ଏପରି ଏକ ରୋଗ ଯାହାର କୌଣସି ଚିକିତ୍ସା ନାହିଁ ’।
କରଣ ଜୋହର ଆହୁରି କହିଛନ୍ତି, 'ଆମକୁ କୂଟନୈତିକ ହେବାକୁ ପଡିବ । ମୁଁ 80% ବାସ୍ତବବାଦୀ 20% ମୁଁ ମହତ୍ତ୍ୱାକାଂକ୍ଷୀ । ମୁଁ ବୁଝିପାରୁନାହିଁ ଯେ ଏମାନେ ନିଜକୁ ମିଛ କହୁଛନ୍ତି ନା ସେମାନେ ଭାବୁଛନ୍ତି ଯେ ସେମାନେ ଉତ୍କୃଷ୍ଟ ଚଳଚ୍ଚିତ୍ର ତିଆରି କରିଛନ୍ତି। ବାସ୍ତବରେ ଏହା ସେପରି ନୁହେଁ ’।
ଅଧିକ ପଢନ୍ତୁ: ରଣବୀର ଆହ୍ଲାବାଦିଆଙ୍କ ପାସପୋର୍ଟ ଜବତ କରାଯିବ ‘india's got latent’ ସୋ ଉପରେ ଲାଗିଲା ରୋକ
କରନ ଜୋହର 'କୁଛ କୁଛ ହୋତା ହୈ' ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ଶାହରୁଖ ଖାନ, କାଜୋଲ ଏବଂ ରାଣୀ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଏକ ହିଟ୍ ପ୍ରମାଣିତ ହୋଇଥିଲା। ଶେଷ ଥର ପାଇଁ କରଣଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାଣୀ' ମୁକ୍ତିଲାଭ କରିଥିଲା। ଯେଉଁଥିରେ ଆଲିଆ ଭଟ୍ଟ, ରଣବୀର ସିଂହ, ଶବାନା ଆଜମୀ, ଧର୍ମେନ୍ଦ୍ର ଏବଂ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା। ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମଟି ମଧ୍ୟ ହିଟ୍ ହୋଇଥିଲା।