ରିଲିଜ ହେଲା ଋଷି କାପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକୀନ୍‌’ର ପ୍ରଥମ ପୋଷ୍ଟର, ଅଧୁରା ଛାଡିଥିବା ଚରିତ୍ରକୁ ପୁରା କଲେ ପରେଶ ରାୱଲ
Khabar Odisha:The-first-poster-of-Rusi-Kappars-last-film-Sharmaji-Namkin-has-been-released
ମୁମ୍ବାଇ, ସେପ୍ଟେମ୍ବର ୫(ଖବର ଓଡିଶା):

ଋଷି କାପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକୀନ୍‌’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଋଷି କାପୁରଙ୍କ ଶେଷ ଫିଲ୍ମ ଦେଖିବା ନେଇ ତାଙ୍କ ଫ୍ୟାନ୍ସମାନେ କେବେ ଠୁ ଚାହି ବସିଛନ୍ତି । ତେବେ ଅଭିନେତା ଋଷି କାପୁରଙ୍କ ୬୯ତମ ଜନ୍ମ ଦିବ ଅବସରରେ ନିର୍ମାତା ଓ ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । ତେବେ ଫିଲ୍ମ ମେକର୍ସ ଶର୍ମା ‘ଶର୍ମାଜୀ ନମକୀନ୍‌’ର ପ୍ରଥମ ଲୁକ୍ ଜାରି କରିଛନ୍ତି । 

ଫିଲ୍ମର ପ୍ରଥମ ପୋଷ୍ଟର ଜାରି ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ମେକର୍ସ ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ କରିଛନ୍ତି । ତେବେ ଫିଲ୍ମ ‘ଶର୍ମାଜୀ ନମକୀନ୍‌’ରେ କିଛି ଖାସ ମଧ୍ୟ ରହିଛି । କାହିଁକି ନାଁ ଏହି ଫିଲ୍ମରେ ଅଧା ଭାଗରେ ଋଷି କାପୁର ଥିବାବେଳେ ଅନ୍ୟ ଭାଗରେ ପରେଶ ରାୱଲ ନଜର ଆସିବେ । ଏହା ବଲିଉଡରେ ପ୍ରଥମ ଫିଲ୍ମ ହେବ ଯେଉଁଥିରେ ଏହିପରି ପ୍ରସ୍ତୁତ କରାଯାଇଛି । 

ଏହି ପୋଷ୍ଟର ସେୟାର କରି ଫିଲ୍ମ ମେକର୍ସ ଲେଖଇଛନ୍ତି ଯେ ଆମେ ଏକ ସ୍ୱତନ୍ତ୍ର ଧରମ୍ର ଫିଲ୍ମ ପୋଷ୍ଟର ରିଲିଜ କରିଛୁ । ଏହାସହ ନିଜକୁ ଗର୍ବ ଅନୁଭବ ମଧ୍ୟ କରୁଛୁ । ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଋଷି କପୁର ଯାହାଙ୍କର ଅଭିନୟ ଜଗତରେ ସଫଳତାର କାମକୁ ସଦାସର୍ବଦା ସମ୍ମାନୀତ କରି ରଖାଯାଇଛି ।

  • Tags:

Subscribe

National International State Sports Entertainment