ଖୁବ ଶୀଘ୍ର ରିଲଜ ହେବାକୁ ଯାଉଛି ଜାହ୍ନବୀ କପୁରଙ୍କର ରହସ୍ୟ ମୟୀ ଫିଲ୍ମ ‘ଉଲଝ୍’ । ଖୁବ ଶୀଘ୍ର ଫୁଲ୍ମଟି ରିଲଜ ହେବାକୁ ଯାଉଛି। ଏହି ମୁଭିଟି ରିଲଜ ହେବାପୂର୍ବରୁ ଫିଲ୍ମର ନିର୍ମାତା ପ୍ରଶଂକ ମାନଙ୍କର ଗୋଟିଏ ସ୍କ୍ରିନିଂ ଆୟୋଜନ କରିୃଥିଲେ । ଯାହାକି ଏବେ ବହୁତ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି । ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।
ଜାହ୍ନବୀ କପୁରଙ୍କ କୌଣସି ଏକ ଫିଲ୍ମକୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ନିର୍ମାତା ଏହାର ରିଲିଜ୍ ପୂର୍ବରୁ ଅନେକ ସହରରେ ତାଙ୍କ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଆୟୋଜନ କରିବେ। ଜୁଲାଇ ୨୯ରେ ମୁମ୍ବାଇ, ଜୟପୁର, ଅହମ୍ମଦାବାଦ ଏବଂ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ସ୍କ୍ରିନିଂ ବିଷୟରେ ସୋସିଆଲ ମିଡିଆରେ ଜାହ୍ନବୀ କପୁର ସୂଚନା ଦେଇଛନ୍ତି। ‘ଉଲଝ୍’ର ପ୍ରିମିୟର ୨ ଅଗଷ୍ଟରେ ହେବାକୁ ଯାଉଛି। ପ୍ରିଭ୍ୟୁ ସ୍କ୍ରିନିଂ ପାଇଁ ଟିକେଟ୍ ୨୭ ଜୁଲାଇରେ ଟିକେଟ୍ ଆଉଟଲେଟରେ ଉପଲବ୍ଧ ହୋଇଥିଲା ଏବଂ ୩୦ ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଏକ ଜବରଦସ୍ତ ପ୍ରତିକ୍ରିୟା ପାଇବା ପରେ ନିର୍ମାତା ଆଉ ତିନୋଟି ସହରରେ ଫ୍ୟାନ୍ ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଫିଲ୍ମରେ ଜାହ୍ନବୀ କପୁର ଜଣେ ଯୁବ କୂଟନୀତିଜ୍ଞ ସୁହାନାର ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ଲଣ୍ଡନ ଦୂତାବାସରେ କାର୍ଯ୍ୟ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ବିଶ୍ୱାସଘାତକତାରେ ଫସି ଯାଉଛନ୍ତି। ଫିଲ୍ମର ଟ୍ରେଲରଟି ଖୁବ୍ ଦମଦାର ହୋଇଥିବା ବେଳେ ଏଥିରେ ଜାହ୍ନବୀଙ୍କ ବ୍ୟତୀତ ଗୁଲଶାନ ଏବଂ ରୋଶନ ଚମତ୍କାର ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ପ୍ରତ୍ୟେକ ଚରିତ୍ରର ଏକ ଅନ୍ଧକାର ପାର୍ଶ୍ୱ ରହିଛି, ଯାହା ଫିଲ୍ମକୁ ସସ୍ପେନ୍ସ ଏବଂ ଟ୍ୱିଷ୍ଟ୍ରେ ଭରିଦେଉଛି। ଏହି ଫିଲ୍ମରେ ଆଦିଲ ହୁସେନ୍, ରାଜେନ୍ଦ୍ର ଗୁପ୍ତା ଏବଂ ଜିତେନ୍ଦ୍ର ଯୋଶୀ ମଧ୍ୟ ଅଭିନୟ କରିଛନ୍ତି।