ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ସିବିଆଇ ତଦନ୍ତ ପାଇଁ ଦାବି ମୁମ୍ବାଇ, ଜୁନ୍ ୨(ଖବର ଓଡିଶା): Share story: ଲୋକପ୍ରିୟ ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେଙ୍କୁ ପୂରା ଦେଶ ଝୁରୁଛି । କେକେ ଆମ ଗ୍ରହଣରେ ନାହାନ୍ତି ଏ କଥାକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ମଙ୍ଗଳବାର ବିଳମ୍ବିତ କୋଲକାତାରେ ଏକ କନସର୍ଟ ସମୟରେ କେକେଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ହେଲେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କେକେଙ୍କର ମୃତ୍ୟୁ ଖବର ଆସିବା ପରେ ସମସ୍ତେ ସ୍ତବ୍ଧ । ଅଚାନକ କେକେଙ୍କ ମୃତ୍ୟୁରେ ଫିଲ୍ମ ଜଗତରେ ଶୋକାକୁଳ ପରିବେଶ । କିଏ ବା ଜାଣିଥିଲା ୫୩ ବର୍ଷ ବର୍ଷୀୟ ଗାୟକ କେକେ ଏପରି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯିବେ ବୋଲି । ୟାରୋଁ ଦୋସ୍ତି ବଡି ଅଜିବ ହେ, କୋଲକାତାରେ ଆୟୋଜିତ ହୋଇତଇବା କନସର୍ଚରେ କେକେ ଏହି ଗୀତ ଗାଇଥିଲେ । ଏହି ଗୀତକୁ ଗାଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଇଭେଣ୍ଟରେ କେକ ପ୍ରତିଟି ଲୋକଙ୍କ ହୃଦୟରେ ଜୋସ ଭରି ଦେଇଥିଲେ । କେକେକୁ ଦେଖିବା ଲାଗି ସେଠାରେ ଖଚାଖଚ ଭିଡ ମଧ୍ୟ ଲାଗିଥିଲା । ହେଲେ ଇଭେଣ୍ଟ ଚାଲିଥିବା ସମୟରେ ହଠାତ କେକେଙ୍କ ସ୍ୱାସ୍ଥ୍ୟବସ୍ଥା ବିଡିଯାଇଥିଲା । ଏସି ବି ସେଠାରେ କାମ କରୁନଥିଲା । ଆଉ କେକେ ବିଚଳିତ ଥିବା ଜଣାପଡିଥିଲେ । ଆଉ ବାରମ୍ବାର ଝାଳ ମଧ୍ୟ ପୋଛୁଥିଲେ । ଏହାରି ଭିତରେ କେକେ ପରଫର୍ମ କରି ଚାଲିଥିଲେ । ତେବେ ଏବେ କେକେଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ । କେକେଙ୍କ ମୃତ୍ୟୁକୁ ନେଇ ଓମ ପୁରୀଙ୍କ ପୂର୍ବତନ ପତ୍ନୀ କୋଲକାତା ସହରକୁ ଦାୟୀ କରିଛନ୍ତି । କୋଲକାତା କେକେକୁ ମାରିଥିବା ସେ କହିଛନ୍ତି । ସେ ଫେସବୁକରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗକୁ ଲଜ୍ଜା । କୋଲକାତା କେକେଙ୍କୁ ମାରିଛି । ମଞ୍ଚ ପକ୍ଷରୁ ଆୟୋଜନରେ ଠିକ ଭାବେ ବ୍ୟବସ୍ଥା କରାଯାଇନଥିଲା । ଯେଉଁ ଓଡିଟୋରିୟମର କ୍ଷମତା ୨୫୦୦ ଥିଲା ସେଠାରେ ୭ ହଜାର ଲୋକଙ୍କ ଭିଡ ଜମିଥିଲା । ସେଠାରେ ଏସି ମଧ୍ୟ ଠିକ ସେ ଚାଲିନଥିଲା । କେକେ ଏସିର ତାପମାତ୍ରା କମ କରିବା ଏବଂ ଲାଇଟ ବନ୍ଦ କରିବାକୁ କହୁଥିଲେ । ତେଲେ କେକେଙ୍କ କଥାକୁ କେହି ଶୁଣିନଥିଲେ । ଶେଷରେ କେକେ ଅଣନିଶ୍ୱାସୀ ହୋଇପଡଥିଲେ । ଫଳରେ ସେ ଅସୁସ୍ଥ ହୋଇ ପଡିଥିଲେ । ସେହିପରି ସେଠାରେ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା ମଧ୍ୟ ନଥିଲା । ଆଉ ଏହି ମାମଲାରେ ସିବିଆଇ ତଦନ୍ତ ହେବା ଦରକାର ବୋଲି ନନ୍ଦିତା ପୁରୀ କହିଛନ୍ତି । ଖବର ଓଡ଼ିଶା, Reporter, 02/06/2022