ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟଙ୍କ ଝଟକା, ‘ଦି କେରଳ ଷ୍ଟୋରି’ ଉପରୁ କଟକଣା ହଟାଇଲେ ସୁପ୍ରିମକୋର୍ଟ
Khabar Odisha:The-Supreme-Court-lifted-the-ban-on-The-Kerala-Story-in-West-Bengal
ଖବର ଓଡିଶା : 18/05/2023

ଅନେକ ବିବାଦ ଭିତରେ ଛନ୍ଦି ହୋଇଯାଇଥିବା ‘ଦ କେରଳ ଷ୍ଟୋରୀ’ ଏବେ ପଶ୍ଚିମବଙ୍ଗରେ ରିଲିଜ ହେବାକୁ ଯାଉଛି । ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରି’ ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ତାମିଲନାଡୁ ସରକାରଙ୍କୁ ମଧ୍ୟ ଥିଏଟରରେ ଫିଲ୍ମ ଦେଖୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି କି, ‘ଆମେ ପଶ୍ଚିବଙ୍ଗ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଉଛୁ’ । ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ । ଅନ୍ୟପକ୍ଷରେ ଫିଲ୍ମ ନିର୍ମାତା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ୩୨,୦୦୦ ମହିଳାଙ୍କ ତଥ୍ୟ ପ୍ରମାଣିତ ନୁହେଁ । ୩୨ ହଜାର ମହିଳା ସଂପର୍କିତ ତଥ୍ୟର କୌଣସି ଭିତ୍ତି ନାହିଁ ବୋଲି ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଡିସକ୍ଲେମର ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଜବାବରେ ନିର୍ମାତା ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ମେ ୨୦ ସୁଦ୍ଧା ଡିସକ୍ଲେମର ଦିଆଯିବ l 

Subscribe

National International State Sports Entertainment