ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ସମାଧାନ ଏବେବି ବାହାରି ପାରି ନାହିଁ । ସୁଶାନ୍ତଙ୍କ ଦେହାନ୍ତ ହେବାର ଏକ ଦୀର୍ଘ ସମୟ ଅତିବାହିତ ହୋଇଛି । କିନ୍ତୁ ପ୍ରଶଂସକଙ୍କ ମନରେ ସୁଶାନ୍ତଙ୍କ ନାମ ଏବେବି ଜୀବନ୍ତ ରହିଛି। ଭାବପ୍ରବଣ ହୋଇ ଏବେବି ସୋସିଆଲ ମିଡିଆରେ ପ୍ରଶଂସକମାନେ ସୁଶାନ୍ତଙ୍କ ବିଷୟରେ ପୋଷ୍ଟ କରିଥାନ୍ତି । ଏହାସହ ସୁଶାନ୍ତଙ୍କ ଜୀବନକୁ ନେଇ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହି ଚଳଚ୍ଚିତ୍ରର ନାମ ହେଉଛି ‘ନ୍ୟାୟ: ଦ ଜଷ୍ଟିସ୍’ । ତେବେ ସୁଶାନ୍ତଙ୍କ ପିତା କୃଷ୍ଣ କିଶୋର ସିଂ ରାଜପୁତ ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ। ଏହାକୁ ନେଇ ସେ ନିକଟରେ ପୁଣି ଥରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ପିତା ପୁଣିଥରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇ ମାସରେ ‘ନ୍ୟାୟ: ଦ ଜଷ୍ଟିସ୍’ର ପରବର୍ତ୍ତୀ ଟେଲିକାଷ୍ଟକୁ ବାରଣ କରିବାକୁ ମନା କରିଦେଇଥିଲେ । ଅଗଷ୍ଟରେ ସୁଶାନ୍ତଙ୍କ ପିତା କୃଷ୍ଣ କିଶୋର ସିଂ ଫିଲ୍ମର ଅନଲାଇନ୍ ଷ୍ଟ୍ରିମିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି 12 ଫେବୃଆରୀ 2024 ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।
ଜଷ୍ଟିସ ସି ହରି ଶଙ୍କରଙ୍କ ଏକକ ଜଜ୍ ବେଞ୍ଚ ସୁଶାନ୍ତଙ୍କ ପିତାଙ୍କ ଆବେଦନ ଶୁଣିବାବେଳେ କହିଥିଲେ ଯେ “ଇମ୍ପଗ୍ ହୋଇଥିବା ଫିଲ୍ମରେ ଥିବା ତଥ୍ୟ ସମ୍ପୁର୍ଣ୍ଣ ଭାବରେ ଗଣମାଧ୍ୟମରେ ପ୍ରଦର୍ଶିତ ସାମଗ୍ରୀରୁ ନିଆଯାଇଛି ଏବଂ ଏହା ସର୍ବସାଧାରଣରେ ଉପଲବ୍ଧ ନୁହେଁ। । ସେହି ଆଧାରରେ ଫିଲ୍ମ ନିର୍ମାଣରେ ସୁଶାନ୍ତଙ୍କ କୌଣସି ଅଧିକାର ଉଲ୍ଲଂଘନ କରାଯାଇ ନାହିଁ ବୋଲି କୁହାଯାଇପାରିବ ନାହିଁ।