ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା, ଆତ୍ମହତ୍ୟା ନା ହତ୍ୟା ବୋଲି ସିବିଆଇକୁ ପ୍ରଶ୍ନ କଲେ ଗୃହମନ୍ତ୍ରୀ
Khabar Odisha:Sushant-Singh-Case-Maharashtra-Home-Minister-Ask-Cbi-It-Was-Murder-Or-Suicide-Its-Been-One-And-Half-Month
ମୁମ୍ବାଇ, ଅକ୍ଟୋବର ୦୨ (ଖବର ଓଡ଼ିଶା):

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଯାଞ୍ଚ କରୁଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଶୁକ୍ରବାର ଦିନ ସିବିଆଇ ତଦନ୍ତକୁ ଟାର୍ଗେଟ କରିଛନ୍ତି। ଦେଶମୁଖ କହିଛନ୍ତି ଯେ ଦେଢ ମାସ ବିତିଗଲାଣି ସୁଶାନ୍ତ ମାମଲାରେ କୌଣସି ନିଷ୍କର୍ସ ବାହାରିପାରିନି । ଲୋକେ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଫଳାଫଳକୁ ଅପେକ୍ଷା କରିଛନ୍ତି।

ଦେଶମୁଖ କହିଛନ୍ତି, 'ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି କି ହତ୍ୟା ହୋଇଛି ? ପ୍ରାରମ୍ଭିକ ପର୍ଯ୍ୟାୟରେ ମୁମ୍ବାଇ ପୋଲିସ ଅନୁସନ୍ଧାନ କରୁଥିଲା ମାତ୍ର ଏହି ଘଟଣାର ତଦନ୍ତ ସିବିଆଇକୁ ଦିଆଯାଇଥିଲା। ସିବିଆଇ ଯଥାଶୀଘ୍ର ଅପରାଧୀ କିଏ ଜଣାଇବା ଉଚିତ । '

ପ୍ରକାଶ ଥାଉ ଯେ ଜୁନ୍ ମାସରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ର ଏବଂ ବିହାର ସରକାରଙ୍କ ମଧ୍ୟରେ ବାଦବିବାଦ ଲାଗି ରହିଥିଲା  । ଏହା ପରେ ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁମ୍ବାଇ ପୋଲିସ ହାତରୁ ସିବିଆଇକୁ ଏହି ମାମଲାର ତଦନ୍ତ ହସ୍ତାନ୍ତର କରାଯାଇଥିଲା।

ସପ୍ତାହକ ପୂର୍ବରୁ ସିବିଆଇ ମୁଖପାତ୍ର ଆର.କେ ଗୌଡ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ସିବିଆଇ ଏକ ବୃତ୍ତିଗତ ଢଙ୍ଗରେ ଅନୁସନ୍ଧାନ କରୁଛି ଏବଂ ଆଜି ପର୍ଯ୍ୟନ୍ତ କୌଣସି ଦିଗକୁ ଏଡ଼ାଇ ଦିଆଯାଇନାହିଁ। ଗୌଡଙ୍କ ବିବୃତ୍ତି ପରେ ସୁଶାନ୍ତଙ୍କ ପରିବାର ତଦନ୍ତକୁ ନେଇଥିବା ନିରବତାକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମୁମ୍ବାଇ ପୋଲିସ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିଥିଲା। ମୁମ୍ବାଇ ପୋଲିସ ଏକ ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ (ଏଡିଆର) ଦାଖଲ କରି କହିଛି ଯେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ପରିବାର ଏହି ଅନୁସନ୍ଧାନରେ ଅସନ୍ତୋଷ ଜାହିର କରି ସୁଶାନ୍ତଙ୍କ ପିତା କେ.କେ ରାଜପୁତ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ଦାୟର କରି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ ଦର୍ଶାଇଥିଲେ।

 

  • Tags:

Subscribe

National International State Sports Entertainment