ଭୁବନେଶ୍ୱର, ଜୁଲାଇ ୨୩(ଖବର ଓଡିଶା):
ରାଜରାସ୍ତାରେ ପଡିଛି ଆଜି ଷ୍ଟାର ଘରର କଳି । ତେବେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବାବୁସାନଙ୍କ ପତ୍ନୀ ତୁପ୍ତି । ସେ କହିଛନ୍ତି ଯେ, ସତ୍ୟ ନଗର ଘରେ ବାବୁସାନ ଓ ପ୍ରକୃତି ଏକାଠି ରହୁଥିଲେ ।
ଏହାସହିତ ତୃପ୍ତି ଉଭୟଙ୍କୁ ଆଗରୁ ୩ ଥର ଧରିଛନ୍ତି । ସେମାନେ ଜାଗା ପରିବର୍ତ୍ତନ ମଧ୍ୟ କରୁଥିଲେ । ଆଗରୁ ଭୁବନେଶ୍ୱର, ଗୋଆ ଏବଂ ବମ୍ବେରୁ ଉଭୟଙ୍କୁ ଧରିଥିଲେ ।
ସେହିପରି ବାବୁସାନ ଆଜି ଚେନ୍ନାଇ ଯିବା କଥା ତୁପ୍ତି ଜାଣିବାକୁ ପ।।ଇଥିଲେ । ତେବେ ପ୍ରକୃତି ସାଙ୍ଗରେ ଯିବା ନେଇ ସନ୍ଦେହ ହୋଇଥିଲା । ପରେ ଉଭୟଙ୍କ ରାସ୍ତାରେ ଅଟକାଇ ଥିଲେ ତୁପ୍ତି ।