ଆର୍ଯ୍ୟନ ଖାନଙ୍କୁ ମିଳିଲାନି ବେଲ୍‌, ଶେଷରେ ମାଆଙ୍କ ଜନ୍ମଦିନରେ ଜେଲ୍ ଗଲେ ଷ୍ଟାର ସନ୍
Khabar Odisha:Star-Sun-finally-went-to-jail-on-her-mothers-birthday
ମୁମ୍ବାଇ ଅକ୍ଟୋବର ୮(ଖବର ଓଡିଶା):

ବଲିଉଡ ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍ ଗଲେ ଷ୍ଟାର ସନ୍ । ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍ ଯାଇଛନ୍ତି ଆର୍ଯ୍ୟନ ଖାନ । ଏହାସହିତ ହସ୍ପିଟାଲରେ ତାଙ୍କର କୋଭିଡ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି । 

ପରେ ଏନସିବି ହେପାଜତକୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ ଖାନ । ଆର୍ଯ୍ୟନ ଖାନ ଗତ ୭ ଦିନ ଧରି ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିରେ ସାମିଲ ଥିବାରୁ ତାଙ୍କୁ ଏନସିବି ଗିରଫ କରିଥିଲା । ଅକ୍ଟୋବର ୨ ତାରିଖ ଦିନ ସେ ଗିରଫ ହୋଇଥିଲେ । 

ସେପଟେ ଆଜି ମାଆ ଗୌରୀ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଶାହାରୁଖ ଓ ଗୌରୀ ନିଜ ପୁଅକୁ ଘରକୁ ନେବେ ବୋଲି ଚାହୁଁଥିଲେ । ମାତ୍ର ଶେଷରେ ଉଭୟ ବାପା ଓ ମାଆ ନିରାଶ ହୋଇଛନ୍ତି । ସେହିପରି ବଲିଉଡର ସେଲିବ୍ରେଟମାନେ ଖୋଲାଖୋଲି ଭାବେ ଶାହାରୁଖ ଓ ଆର୍ଯ୍ୟନ ଖାନଙ୍କୁ ସମର୍ଥନ କରୁଥିଲେ ।

  • Tags:

Subscribe

National International State Sports Entertainment