ଖବର ଓଡିଶା : 06/02/2023:
ଘୁଞ୍ଚିଲା ବଲିଉଡର ଷ୍ଟାର ଯୋଡି କିଆରା ଆଡ଼ଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ | ଆଜି ଫେବୃୟାରୀ ୬ ପରିବର୍ତ୍ତେ ୭ ତାରିଖକୁ ଘୁଞ୍ଚିଲା ଏହି ବଲିଉଡର ଷ୍ଟାର କପଲଙ୍କ ବିବାହ । ଆଜି ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସରେ ସବୁ ପ୍ରସ୍ତୁତି ସରିଥିବାବେଳେ ଆଜି ବିବାହ ସେରିମନି ହେବାର ଥିଲା। କିନ୍ତୁ କୌଣସି କାରଣ ନେଇ ଆସନ୍ତାକାଲି ବିବାହ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି । ଏହି ସେଲିବ୍ରେଟି ଯୋଡିଙ୍କ ବିବାହକୁ ନେଇ କେବଳ ବଲିଉଡ ଜଗତରେ ନୁହେଁ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ବହୁ ଅପେକ୍ଷା ପରେ ଦୁଇ ନାମୀଦାମୀ ବଲିଉଡ ଷ୍ଟାର ଜୀବନ ସାଥୀ ହେବାକୁ ଯାଉଛନ୍ତି । ତେବେ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସିଦ୍ଧାର୍ଥ ମଲୋହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହ ଉତ୍ସବ ହେବ । ଏଥିପାଇଁ ଦୁଇ ପରିବାର ସୂର୍ଯ୍ୟଗଡ଼ ପ୍ୟାଲେସରେ ପହଞ୍ଚିଛନ୍ତି । ଅନ୍ୟପଟେ ବିବାହ ଉତ୍ସବରେ କେଉଁ ଅତିଥି ଯୋଗଦେବେ ଏନେଇ ତାଲିକା ମଧ୍ୟ ବାହାରି ସାରିଛି। ଦୁହିଁଙ୍କ ଅତି ଘନିଷ୍ଠ ବନ୍ଧୁ ପରିଜନ ପାଖାପାଖି ୧୫୦ ଜଣ ଏଥିରେ ଯୋଗଦେବେ । ଅତିଥିଙ୍କ ପାଇଁ ୮୦ ଟି ରୁମ ବୁକ ହୋଇଥିବାବେଳେ ୭୦ଟି କାରର ବ୍ୟବସ୍ଥା କରାଯାଇଛି । ଫିଲ୍ମ 'ଶେରଶାହ'ର ସୁଟିଂ ସମୟରେ ଉଭୟ ପ୍ରେମରେ ପଡିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ପରସ୍ପର ସହ ଜୀବନସାଥି ହେବାକୁ ନିଷ୍ପତ୍ତି ନେଇଛନ୍ତି।