ବଲିଉଡର ଖିଲାଡି ଅକ୍ଷୟ କୁମାର ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ୱେଲକମ୍ ଟୁ ଦି ଜଙ୍ଗଲ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅକ୍ଷୟ କୁମାରଙ୍କ ଜନ୍ମଦିନରେ ଏହି ଫିଲ୍ମର ପ୍ରୋମୋ ସହ ରିଲିଜ ଡେଟ ଘୋଷଣା କରା ଯାଇଥିଲା । ପ୍ରୋମୋ ଟି ରିଲିଜ ହେବା ପରେ ଫିଲ୍ମଟି କୁ ଦେଖିବା ପାଇଁ ଦର୍ଶକମାନଙ୍କର ଉତ୍ସାହ ବଢ଼ିବାରେ ଲାଗିଛି । ପ୍ରୋମୋରେ ଅକ୍ଷୟ କୁମାରଙ୍କ ସହିତ ରବୀନା ଟଣ୍ଡନ, ଲାରା ଦତ୍ତା, ଜାକଲିନ୍ ଫର୍ନାଣ୍ଡିଜ୍, ଦିଶା ପଟାନୀ, ସଞ୍ଜୟ ଦତ୍ତ, ସୁନୀଲ ସେଠୀ, ଅର୍ସଦ ୱାର୍ସି, ପରେଶ ରାୱଲ, ମିକା ସିଂ, ରାହୁଲ ଦେବ, ତୁଷାର କପୁର, ମୁକେଶ ତିୱାରି, ଜାକିର ହୁସେନ, ୟଶପାଲ ଶର୍ମା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଛି। ଅହମ୍ମଦ ଖାନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ବେଶ ଚର୍ଚ୍ଚା ସାଉଁଟି ସାରିଛି । ଜ୍ୟୋତି ଦେଶପାଣ୍ଡେ ଓ ଫିରୋଜ ଏ ନାଡିଆ ଡୱାଲା ଫିଲ୍ମରେ ପ୍ରଯୋଜନା ଦେଇଛନ୍ତି। ଏହି ଫିଲ୍ମଟି ଡ଼ିସେମ୍ବର 20,2024 ରେ ରିଲିଜ କରାଯିବ ।
ନିକଟରେ ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟିଜର ମୁକ୍ତିଲାଭ କରିଥିଲା, ଯାହା ଦର୍ଶକଙ୍କଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲା। କିନ୍ତୁ ଏହି ସମୟରେ ଫିଲ୍ମକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ସୂଚନା ଅନୁଯାୟୀ,ଏହି ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଏଫ୍ଡବ୍ଲ୍ୟୁଆଇସିଇ ତରଫରୁ ଫିଲ୍ମର ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ଫିଲ୍ମ ତିଆରି କରିବା ପୂର୍ବରୁ ଫିରୋଜ କର୍ମଚାରୀମାନଙ୍କୁ ପ୍ରାୟ ୪କୋଟି ଟଙ୍କା ଦେବାର କଥା ହୋଇଥିଲେ। କିନ୍ତୁ ପରେ ସେ ଏହାକୁ ହ୍ରାସ କରି ୨କୋଟି ଟଙ୍କା ଦେବେ ବୋଲି କହିଥିଲେ। ଯେତେବେଳେ କର୍ମଚାରୀମାନେ ଚେକ୍କୁ ବ୍ୟାଙ୍କକୁ ନେଇ ଯାଇଥିଲେ, ସେତେବେଳେ ତାଙ୍କର ଚେକ ବାଉନ୍ସ ହୋଇଥିଲା। ଏଭଳି ପରିସ୍ଥିତିରେ ଏଫ୍ଡବ୍ଲ୍ୟୁଆଇସିଇ କହିଛି ଯେ, ପେମେଣ୍ଟ ନହେବା ପର୍ଯ୍ୟନ୍ତ ଫିଲ୍ମର ଶୁଟିଂ ଆରମ୍ଭ ହେବ ନାହିଁ। ସୂଚନାଯୋଗ୍ୟ, ଏହି ସମସ୍ତ ଘଟଣା ‘ଓ୍ବେଲକମ୍-୨’ ସମୟରେ ଘଟିଥିଲା, ଯାହା ୨୦୧୫ରେ ମୁକ୍ତିଲାଭ କରିଥିଲା। ଏବଂ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା ।
ଅଧିକ ପଢ଼ନ୍ତୁ: ଫିଲ୍ମ ନିର୍ମାତା ରତନ ଜୈନଙ୍କ ତରଫରୁ ‘ଧଡକନ୍ ୨’ର ଅଫର