ଚିତ୍ରଶିଳ୍ପୀ ତଥା କଳାକାର ଇନ୍ଦ୍ରନୀଲ କମାତଙ୍କ ସନ୍ଦେହଜନକ ମୃତ୍ୟୁ, ସୁଇସାଇଡ ନୋଟ ଉଦ୍ଧାର
Khabar Odisha:Renowned-artist-Ram-Indranil-Kamat-has-passed-away
ମୁମ୍ବାଇ, ଅଗଷ୍ଟ ୨୦ (ଖବର ଓଡ଼ିଶା):

ଜଣାଶୁଣା ଚିତ୍ରଶିଳ୍ପୀ ତଥା କଳାକାର ରାମ ଇନ୍ଦ୍ରନୀଲ କମାତଙ୍କ ସନ୍ଦେହଜନକ ଭାବେ ବାଥଟବରୁ ମୃତଦେହ ଉଦ୍ଧାର ହୋଇଛି ।  41 ବର୍ଷୀୟ କଳାକାର ଜଣକ ମାଥୁଙ୍ଗା ମୁମ୍ବାଇରେ ମାଙ୍କ ସହିତ ବାସ କରୁଥିଲେ  । ତାଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇ ପୋଲିସ ଏକ ମାମଲା ଦାୟର କରିଥିବାବେଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଘରୁ ଏକ ସୁଇସାଇଡ଼ ନୋଟ ମିଳିଥିବାବେଳେ ସେଥିରେ ଇନ୍ଦ୍ରନୀଲ ତାଙ୍କ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନଥିବା ଲିଖିତ ରହିଛି । ବର୍ତ୍ତମାନ ପୋଲିସ ତାଙ୍କ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କୁ ପଚରାଉଚରା କରୁଛି। ରିପୋର୍ଟ ଅନୁଯାୟୀ, ଗତକାଲି ଦିନ ତିନିଟା ବେଳେ ବାଥଟବରେ ଇନ୍ଦ୍ରନୀଲଙ୍କ ମୃତଦେହ ମିଳିଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନଥିବାବେଳେ ସେ ଦୀର୍ଘ ସମୟ ଧରି ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି ।

  • Tags:

Subscribe

National International State Sports Entertainment