ବଲିଉଡରେ ପୁଣି କରୋନା ସଂକ୍ରମଣ, ରଣବୀର କପୁର କୋଭିଡ ପଜିଟିଭ ଚିହ୍ନଟ
Khabar Odisha:Ranvir-Kapoor-tested-Corona-Positive
ଭୁବନେଶ୍ୱର, ମାର୍ଚ୍ଚ 9 (ଖବର ଓଡିଶା) :

ବଲିଉଡରେ କରୋନା ପୁଣି ନିଜ କାୟା ମେଲାଉଛି  । ରଣବୀର କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି  । ରଣବୀରଙ୍କ ମାଁ ନିତୁ କପୁର ଏନେଇ ସୂଚନା ଦେଇଛନ୍ତି 

ରଣବୀରଙ୍କ ମାଁ ନିତୁ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି ଯେ, ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ସେ ଏବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେଉଛନ୍ତି  । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି  । ସେ କରୋନା ପଜିଟିଭ ହେବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ ଅଛନ୍ତି  । ସବୁ କୋଭିଡ ଗାଇଡଲାଇନ୍ସ ମାନୁଛନ୍ତି ରଣବୀର  । ଗତ ଡିସେମ୍ବର ମାସରେ ରଣବୀରଙ୍କ ମାଁ ନିତୁ କପୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ 

  • Tags:

Subscribe

National International State Sports Entertainment