ବିବାହ ବନ୍ଧନରେ ବାନ୍ଧି ହେଲେ ରକୁଲ-ଜ୍ୟାକି Khabar Odisha : 22/02/2024 Share story: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ତାରକାଙ୍କ ସମେତ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିବା ସମାରୋହରେ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଗତକାଲି ବିବାହ ବନ୍ଧନରେ ବନ୍ଧା ହୋଇଥିଲେ। ଏକ ସୁନ୍ଦର ସୂର୍ଯ୍ୟୋଦୟ ବିବାହ ସମୟରେ ଏହି ଦମ୍ପତି ଗୋଆରେ ଶପଥ ବିନିମୟ କରିଥିଲେ । ରାକୁଲ ଏବଂ ଜ୍ୟାକି ବିବାହ ସମାରୋହ ପାଇଁ ପେଷ୍ଟେଲ ରଙ୍ଗ ଏବଂ ଫ୍ଲାୱାର ଥିମ୍ ବାଛିଥିଲେ । ଏହାର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି , ମୋର ବର୍ତ୍ତମାନ ଏବଂ ସବୁଦିନ ପାଇଁ 21-02-2024 । ଉଭୟ ରାକୁଲ ଏବଂ ଜ୍ୟାକି ଡିଜାଇନର୍ ଲେବଲ୍ ତରନ ତାହିଲିଆନିଙ୍କ ବିବାହ ପୋଷାକ ପିନ୍ଧି ବିବାହ କରିଛନ୍ତି । ରାକୁଲ ଏକ ପେଷ୍ଟେଲ ଗୋଲାପୀ ଲେହେଙ୍ଗାରେ ନଜର ଆସିଛନ୍ତି ।ଦୁହେଁ ବେଶ ଖୁସି ମଧ୍ୟ ଦେଖା ଯାଉଛନ୍ତି । ଦୁହିଁଙ୍କ ଫଟୋ ଦେଖି ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ତେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ଭଳି ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ପରେ ପରେ ସମ୍ପର୍କ ନିବିଡ ହେବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ । ଏହାପରେ ଅଭିନେତ୍ରୀ ହଁ କରିଥିଲେ । 3 ବର୍ଷ ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ ଫେବୃଆରୀ ୨୧ରେ ସାତଜନ୍ମର ସାଥୀ ହୋଇଛନ୍ତି । ଫୁଲର ବର୍ଷା ସହ ବେଶ ଧୁମଧାମ ରେ ବିବାହ ସମ୍ପନ କଲେ ଦୁହେଁ । Rakul Preet Singh Jackky Bhagnani wedding Ayesha Debnath, Author, 22/02/2024