ଜେଲରୁ ମୁକୁଳିବା ପରେ ଇନଷ୍ଟା ଓ ଟ୍ୱିଟ୍‌ର ଆକାଉଣ୍ଟର ଡିଲିଟ୍ କଲେ ରାଜକୁନ୍ଦ୍ରା
Khabar Odisha:Rajkundra-deletes-Instagram-and-Twitter-accounts-after-his-release
ନୂଆଦିଲ୍ଲୀ, ନଭେମ୍ବର ୨ (ଖବର ଓଡିଶା):

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲାରେ ଜେଲରୁ ମୁକୁଳିବା ପରେ ଏକ ବଡ ନିଶ୍ପତ୍ତି ନେଇଛନ୍ତି । ଗଣମାଧ୍ୟମକୁ ଶେଷ ସାକ୍ଷାତ କରିବା ସହ ନିଜ ଇନଷ୍ଟା ଓ ଟ୍ୱିଟ୍ର ଆକାଉଣ୍ଟ ଡିଲିଟ୍ କରଛନ୍ତି । ଇନଷ୍ଟା ଏବଂ ଟ୍ୱିଟରରେ ଏବେ ତାଙ୍କ ଆକାଉଣ୍ଟ ଦେଖାଯାଉନାହିଁ । ଏସବୁ ଘଟଣା ପରେ ଏତେ ସବୁ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି । 

ତେବେ ରାଜ ନିଜ ସୋସିଆଲ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ୍ ରହିଥିବା ସହ ନିଜ ପତ୍ନୀ ଶିଳ୍ପାଙ୍କ ସହ ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର ମଧ୍ୟ କରିଥାନ୍ତି । ସବୁ ପର୍ବ ବା ଉତ୍ସବରେ ରାଜ ଏସବୁକୁ ପୋଷ୍ଟ କରିବାକୁ ଭୁଲନ୍ତି ନାହିଁ । ଏସମସ୍ତ ପୋଷ୍ଟକୁ ତାଙ୍କର ଅନେକ ଫ୍ୟାନ୍ସ ପସନ୍ଦ କରନ୍ତି । ସେହିପରି ଶିଳ୍ପା ଓ ରାଜ ଦୁହେଁ କରୁଥିବା ଇନଷ୍ଟା ରିଲ୍ସ ବି ଲୋକେ ବହୁତ ପସନ୍ଦ କରିଥାନ୍ତି । 

ସୂଚଚା ଅନୁସାରେ, ଏକ ପ୍ରୋନୋଗ୍ରାଫି ମାମଲାରେ ଗତ ଜୁଲାଇ ମାସରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା । ଜେଲରେ ପ୍ରାୟ ସେ ୨ ମାସ ବିତାଇଥିଲେ । ଜେଲରୁ ଫେରିବା ପରେ ରାଜ କୌଣସି ଇଭେଣ୍ଟ ବା ମିଟିଙ୍ଗରେ ଯୋଗ ଦେଇନଥିବା  ଜଣାପଡିଛି । କେବଳ ଏତିକି ନୁହେଁ ସେ ନିଜ ପରିବାର ସହ ମଧ୍ୟ ଦେଖାଯାଉନଥିବା ଜଣାପଡିଛି । ତେବେ କିଛି ଦିନ ତଳେ ଶିଳ୍ପା ନିଜ ଦୁଇ ଝିଅ ଏବଂ ଭଉଣୀ ସମିଷାଙ୍କ ସହ ଆଲିବାଗଠାରେ ଦେଖାଦେଇଥିଲେ ମାତ୍ର ତାଙ୍କ ସ୍ୱାମୀ ରାଜ ନଜର ଆସିନଥିଲେ । 

  • Tags:

Subscribe

National International State Sports Entertainment