୫୧ ବର୍ଷ ବୟସରେ ପାଦ ରଖିଲେ ଲୋକପ୍ରିୟ କୋରିୟୋଗ୍ରାଫର ଗୀତା କପୁର। ତେବେ ଗୀତା ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ତେବେ ଜନ୍ମଦିନ ଉପଲକ୍ଷେ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ଗୀତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା। ଏହାସହିତ ଫ୍ୟାନ୍ସମାନେ କହିଛନ୍ତି ଆମେ ମଧ୍ୟ ଗୀତା ମାଆ ଙ୍କର କେକ କରି ଜନ୍ମଦିନ ପାଳନ କରିବୁ।
ବଲିଉଡରେ ସବୁଠୁ ଲୋକପ୍ରିୟ କୋରିୟୋଗ୍ରାଫରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୀତା କପୁର। ସେ ଗୀତା ମା’ ଭାବେ ସବୁଠି ପରିଚିତ। ସୁପରହିଟ୍ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଗୋଟେ ଗୀତରେ ଛୋଟ ଭୂମିକାରେ ନଜର ଆସିଥିଲେ ଗୀତା। କିନ୍ତୁ ସେଠାରେ ତାଙ୍କୁ ଏତେ ଗୁରୁତ୍ୱ ମିଳିନଥିଲା। ଜି ଟିଭରେ ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ୍ ହେବା ପରେ ତାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା। ଏହାପରେ ତାଙ୍କର ଚହାଡ ସବୁଠି ବଢିଯାଇଛି। ଏବେ ସେ ନିଜ ଅନ୍ଦାଜ ନିଜ ଷ୍ଟାଇଲରେ କୋରିୟଗ୍ରାଫି କରୁଛନ୍ତି।
ଗୀତା ୧୯୭୩ ମସିହା ଜୁଲାଇ ୫ରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ମାତ୍ର ୧୫ ବର୍ଷ ବୟସରେ ଫରାହ ଖାନଙ୍କ ଗ୍ରୁପରେ ଯୋଗ ଦେଇଥିଲେ। ପରେ ସେ ଫରାହଙ୍କ ସହ ‘କୁଛ କୁଛ ହୋଟା ହୈ, ‘ଦିଲ ତୋ ପାଗଲ ହୈ ‘, ‘କଭି ଖୁସି କଭି ଗମ’, ‘ମହବତେଁ’, ‘କଲ ହୋ ନା ହୋ’, ‘ଓମ ଶାନ୍ତି ଓମ’ ଭଳି ଅନେକ ହିଟ୍ ଫିଲ୍ମରେ କୋରିଓଗ୍ରାଫି କରିଥିଲେ। କେବଳ ଏତିକି ନୁହେଁ, ସେ ଅନେକ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ଗୀତା। ଏହାପରେ ସେ ଜି ଟିଭରେ ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ୍ ଭାବେ କାର୍ଯ୍ୟ କରିଥିଲେ। ତେବେ ଗୀତ କପୁରଙ୍କ ସବୁଠ ବଡ଼ ବିଶେଷତ୍ୱ ହେଉଛି ତାଙ୍କ ନିଆରା ଅନ୍ଦାଜ। ଏପରିକି ଡ୍ୟାନ୍ସ ରିଆଲିଟି ସୋ’ମାନଙ୍କରେ ସେ ଯେଉଁ ଅନ୍ଦାଜରେ ଜଜ୍ମେଣ୍ଟ କରନ୍ତି ତାହା ସମସ୍ତଙ୍କୁ ଆକର୍ଷିତ କରିଥାଏ।