ବଲିଉଡ ହିରୋଇନ ପରିଣିତି ଚୋପ୍ରାଙ୍କୁ କିଏ ନ ଜାଣେ ...। ଯାହାଙ୍କ ଚୁଲବୁଲି ଅନ୍ଦାଜର ଅଭିନୟ ଆପଣ ଅନେକ ଥର ଦେଖିଥିବେ। ତୀରଙ୍ଗା, ଲବ ରିବେଲ୍ସ, ହସି ତୋ ଫସି ଭଳି ଅନେକ ବଲିଉଡ ମୁଭିରେ କାମ କରି ସେ ନିଜ ଅଭିନୟର ଜଲଓ୍ବା ଦେଖାଇଛନ୍ତି। କିନ୍ତୁ ଏଥର ତାଙ୍କ ମ୍ୟାରେଜ ଦେଖିବାକୁ ପ୍ରସ୍ତୁତ ରୁହନ୍ତୁ। ଏହା କୌଣସି ଫିଲ୍ମର ଅଭିନୟ ନୁହେଁ ବରଂ ଅସଲ ଜୀବନରେ ପରିଣିତି ଏବେ ବାହା ହେବାକୁ ଯାଉଛନ୍ତି | କାରଣ ଟାଇମ୍ସ ଅଫ୍ ଇଣ୍ଡିଆର ଗୋଟିଏ ରିପୋର୍ଟରୁ ସୂଚନା ମିଳିଛି ଯେ,ପରିଣିତି ଏବେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ବିବାହ କରିବେ | ଆପଣମାନେ ଜାଣି ଖୁସିହେବେ ମାଡାମ ଆଗକୁ Mrs ଏମପି ହେବାକୁ ଯାଉଛନ୍ତି। ଦୀର୍ଘଦିନର ଡେଟିଂ ପରେ ଏବେ ଉଭୟ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | । ଖବର ସରବରାହ ସଂସ୍ଥାର ରିପୋର୍ଟ କହୁଛି ପରିଣିତି ଓ ରାଘବ ଉଭୟେ ନିବିଡ ଭଲପାଇବା ଭିତରେ ବାନ୍ଧି ହୋଇଥିଲେ। ଏ ବାବଦରେ ଉଭୟଙ୍କ ପରିବାର ଲୋକେ ବି ଜାଣନ୍ତି। ଏମିତିକି ଦୁହିଁଙ୍କ ପରିବାର ପରସ୍ପରକୁ ଭଲଭାବେ ଜାଣିଥିବାରୁ ଏହି ପ୍ରେମ ସମ୍ପର୍କକୁ ପାରିବାରିକ ସମ୍ପର୍କର ରୂପ ଦେବାକୁ ଯୋଜନା ଆରମ୍ଭ ହୋଇଛି। ଖୁବ୍ ଶିଘ୍ର ଏ ନେଇ ପରିବାର ପକ୍ଷରୁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳିଛି। ଖୁବ୍ ଶିଘ୍ର ଏକ ଛୋଟ ପାରିବାରିକ ଉତ୍ସବର ଆୟୋଜନ କରାଯାଉଛି। ଯେଉଁଠି ଉଭୟଙ୍କ ବିବାହକୁ ନେଇ ତାରିଖ ଧାର୍ଯ୍ୟ କରାଯିବ। ଉଭୟ ନିଜ ନିଜ ବିଜି ସିଡ୍ୟୁଲ୍ ଭିତରୁ ସମୟ ବାହାର କରିପାରୁ ନ ଥିବାରୁ ବିବାହ କି ନିର୍ବନ୍ଧ ତାରିଖ ଘୋଷଣା ହୋଇପାରୁ ନାହିଁ। ଖବରାନୁଯାୟୀ, ଉଭୟ ଲଣ୍ଡନର ବିଜନେସ୍ ସ୍କୁଲରେ ଏକାଠି ଗୋଟିଏ କ୍ଲାସରେ ପାଠ ପଢୁଥିଲେ। ଏଣୁ ଉଭୟଙ୍କ ସମ୍ପର୍କ ସେହି ପାଠପଢା ଦିନଠାରୁ ହିଁ ଆରମ୍ଭ ହୋଇଛି ବୋଲି କହିଲେ ଆଦୌ ଭୁଲ ହେବନି।