ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିୟୁଇଟି-ୟୁଜି) ଏବଂ ଆଇଆଇଟିରେ ପ୍ରବେଶ ପାଇଁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଭଳି ପରୀକ୍ଷା ଉପରେ ଘୋଡ଼ାଇ ରହିଥିବା ସଙ୍କଟର ମେଘ ଏବେ ଦୂର ହୋଇଛି। ଉଭୟ ପରୀକ୍ଷା ଏବେ ପୂର୍ବ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ। ସିୟୁଇଟି ମଙ୍ଗଳବାରରୁ ଆରମ୍ଭ ହେଉଛି, ଯାହା ୩ ଜୁନ୍ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟରେ ଜେଇଇ ଆଡଭାନ୍ସଡ୍ ମେ ୧୮ ତାରିଖରେ ଅନୁଷ୍ଠିତ ହେବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ, ଏହି ପରୀକ୍ଷାଗୁଡ଼ିକର ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶଙ୍କା ଦେଖାଯାଇଥିଲା। ଏନ୍ଟିଏରେ ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମସ୍ୟା ମଧ୍ୟ ବଢ଼ି ଯାଇଥିଲା।
ପରୀକ୍ଷାରେ ଅନେକ ବଡ଼ ପରିବର୍ତ୍ତନ
ଏଥର ଏହି ପରୀକ୍ଷାରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଏଥର ବିକଳ୍ପ ପ୍ରଶ୍ନର ବିକଳ୍ପକୁ ବାଦ୍ ଦିଆଯାଇଛି। ଏବେ ଛାତ୍ରଛାତ୍ରୀମାନଙ୍କୁ ଏହି ପରୀକ୍ଷାରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହା ସହିତ ସମ୍ପୂର୍ଣ୍ଣ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏନ୍ଟିଏ ମେ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ସିୟୁଇଟି-ୟୁଜି ପାଇଁ ପରୀକ୍ଷା ଦେଉଥିବା ଛଅ ଲକ୍ଷ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ପ୍ରକାଶ କରିଛି। ସେମାନଙ୍କୁ କେବଳ ଅଫିସିଆଲ୍ ୱେବସାଇଟ୍ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି।
ବର୍ତ୍ତମାନ ପରିପ୍ରେକ୍ଷୀରେ ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ଘୋଷଣା ପରେ, ଏନ୍ଟିଏ ଏବଂ ଜେଇଇ ଆଡଭାନ୍ସଡ୍ ଆୟୋଜନ ପାଇଁ ଦାୟୀ ଆଇଆଇଟି କାନପୁରକୁ ଆଶ୍ୱସ୍ତି ମିଳିଛି। ଏହା ସହିତ, ଏନ୍ଟିଏ୍ ମେ ୧୩ରୁ ଆରମ୍ଭ ହେଉଥିବା ସିୟୁଇଟି-ୟୁଜି ପରୀକ୍ଷାକୁ ସବୁଜ ସଙ୍କେତ ଦେଇଛି। ଏହି ପରୀକ୍ଷା ଏବେ ସାରା ଦେଶରେ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସିଫ୍ଟରେ ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ: ଭାରତର କୌଣସି ଶତ୍ରୁ ଦଣ୍ଡ ବିନା ଖସି ଯାଇପାରିବେ ନାହିଁ