କୃଜ୍ ଡ୍ରଗ୍ସ ପାର୍ଟି ମାମଲା: ଆରୟନ୍ ଖାନ୍ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ମିଳିଲାନି କିଛି ପ୍ରମାଣ: କୋର୍ଟ
Khabar Odisha:Nothing-objectionable-in-Aryan-Khans-WhatsApp-chats-no-evidence-of-conspiracy-in-NCB-case-Bombay-HC

ମୁମ୍ବାଇ, ନଭେମ୍ବର ୨୦(ଖବର ଓଡ଼ିଶା): ମୁମ୍ବାଇ କୃଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆରୟନ୍ ଖାନ୍ ଫସି ରହିଥିବା ବେଳେ କିଛି ଦିନ ପୂର୍ବରୁ ତାଙ୍କ ଜାମିନ୍ ମଞ୍ଜୁର ହୋଇଛି ।

ଆଉ ଆଜି ଏହି ପ୍ରସଙ୍ଗରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଆରୟନ୍ ଖାନ୍ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଏନଡିପିସ୍ ଆକ୍ଟ ଅନୂଯାଇ କୌଣସି ଅପରାଧ କରିବାର ପ୍ରମାଣ ମିଳିନାହିଁ । ଯାହା ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିପାରିବ ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଆରୟନ୍‌ଙ୍କ ଫୋନରୁ ମିଳିଥିବା ହ୍ୱାଟସ୍ ଆପ୍ ଚାଟ୍ ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ଅପରାଧ କିମ୍ବା ଷଡଯନ୍ତ୍ର କରିଛନ୍ତି ତାହା ସ୍ପଷ୍ଟ କରୁନାହିଁ । ତେଣୁ ଏହାକୁ କୋର୍ଟ ଗ୍ରହଣ କରି ପାରିବ ନାହିଁ ।

ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ଏନଡିପିଏସ୍ ଆକ୍ଟର ଧାରା ୬୭ ଅନୁଯାୟୀ ଏନସିବି ଦ୍ୱାରା ରେକର୍ଡ ହୋଇଥିବା ଆରୟନ୍ ଖାନଙ୍କ ସ୍ୱୀକାରୋକ୍ତି କେବଳ ମାମଲାର କେବଳ ମାତ୍ର ଅନୁସନ୍ଧାନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ମାତ୍ର ହ୍ୱାଟସ୍ ଆପ୍ ଚାଟ୍ କୁ ଅଭିଯୁକ୍ତ ମାନେ ଯେ କୌଣସି ଅପରାଧ କରିଛନ୍ତି ତାହା ପ୍ରମାଣ କରିବାରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।

  • Tags:

Subscribe

National International State Sports Entertainment