କେବିସି-୧୩ରେ ନଜର ଆସିବେ ନୀରଜ ଚୋପ୍ରା ଓ ପୀଆର୍ ଶ୍ରୀଧର
Khabar Odisha:Neeraj-Chopra-and-PR-Sridhar-will-be-seen-in-KBC-13
ମୁମ୍ବାଇ, ସେପ୍ଟେମ୍ବର ୧୧(ଖବର ଓଡିଶା):

କୈନ ବନେଗା କରୋଡପତି ୧୩ ତମ ସଂସ୍କରଣରେ କିଏ ବସିବ ହଟ୍ ସିଟରେ । ଏହା ଉପରେ ଥାଏ ସମସ୍ତଙ୍କର ନଜର । ନିକଟରେ ଫାରା ଖାନ୍ ଏବଂ ଦୀପିକା ପାଦୁକୋନ୍ ହଟ୍ ସିଟରେ ନଜର ଆସିଥିଲେ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସେହ୍ୱାଗ ମଧ୍ୟ ନଜର ଆସିଥିଲେ । 

ତେବେ ଆଗାମୀ ଏପିସୋଡରେ ସେହିଭଳି କିଛି ଖାସ୍ ଅତିଥିଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କରିଥିବା ନୀରଜ ଚୋପ୍ରା ଏବଂ ହକି ଖିଲାଡି ପୀଆର ଶ୍ରୀଧର କେବିସି-୧୩ରେ ନଜର ଆସିବେ । ଯାହାର ପ୍ରମୋ ରିଲିଜ୍ ହୋଇସାରିଛି । 

ଏହି ପ୍ରମୋଟି ସୋନିର ଅଫିସିଆଲ ସାଇଟରେ ସେୟାର ହୋଇଛି । ତେବେ ଏହି ଏପିସୋଡରେ ଉଭୟଙ୍କୁ ବିଗ ବି ସେମାନଙ୍କ ଅଲମ୍ପିକ ଯାତ୍ରା ବିଷୟରେ କହିବେ ବୋଲି ଚର୍ଚ୍ଚା ହେଉଛି ।

  • Tags:

Subscribe

National International State Sports Entertainment