ଫିଲ୍ମ 'ଜୱାନ'ର ଜବରଦସ୍ତ ସଫଳତା ପରେ ସାଉଥ ନାୟିକା ନୟନତାରା ଏବେ ଚର୍ଚ୍ଚାରେ । ଏବେ ସମସ୍ତ କଳାକାର 'ଜୱାନ'ର ସଫଳତାକୁ ଉପଭୋଗ କରୁଥିବା ବେଳେ ସାଉଥର ନାୟିକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗତ ସୋମବାର ତାଙ୍କ ଆଗାମି ଫିଲ୍ମର ନିର୍ମାତା ଫିଲ୍ମର ଟାଇଟଲ୍ ଓ ପ୍ରଥମ ପୋଷ୍ଟର୍ ରିଲିଜ କରିଛନ୍ତି । ଫିଲ୍ମର ଟାଇଟଲ୍ ହେଉଛି ‘ମନ୍ଧାନଗଚ୍ଛି: ସିନ୍ଧ ୧୯୬୦’ । ଏହାର କାହାଣୀକାର ଓ ନିର୍ଦ୍ଦେଶକ ହେଉଛନ୍ତି ଡୁଡ୍ ଭିକି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ଶେୟାର କରି କ୍ୟାପ୍ସନ ଲେଖିଛନ୍ତି ‘ନୂଆ ଫିଲ୍ମ ମନ୍ଧାନଗଟ୍ଟି: ସିନ୍ସ ୧୯୬୦’ରେ ନୟନତାରା।’ ଖୁବ୍ଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ ବୋଲି ଫିଲ୍ମ ନିର୍ମାତା ଏସ୍ ଲକ୍ଷ୍ମଣ କୁମାର ପ୍ରଥମ ପୋଷ୍ଟର ସହିତ ଫ୍ୟାନ୍ଙ୍କୁ ସୂଚନା ଦେଇଛନ୍ତି। ତେବେ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ନିକଟରେ 'ଜୱାନ'ର ସଫଳତାକୁ ନେଇ ଏକ ପ୍ରେସ୍ ସମ୍ମିଳନୀ ରଖାଯାଇଥିଲା। ସେଥିରେ ନୟନତାରାଙ୍କୁ ବାଦଦେଲେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ୍ ଉପସ୍ଥିତ ଥିଲେ । ତେବେ ନୟନତାରା ଏକ ସ୍ବତନ୍ତ୍ର ଭିଡିଓ ବାର୍ତ୍ତା ଜରିଆରେ ଫ୍ୟାନ୍ଙ୍କୁ ଭଲପାଇବା ଦେଇଥିଲେ। 'ଜୱାନ’କୁ ଅଟେ ଭଲପାଇବା ଦେଇଥିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଫ୍ୟାନ୍ଙ୍କ ଭଲପାଇବା ହିଁ ତାଙ୍କ ପାଇଁ ସାରା ଦୁନିଆ ବୋଲି କହିଥିଲେ। ଆଟଲିଙ୍କ ନିର୍ଦ୍ଦେଶିତ 'ଜୱାନ'ରେ ଶାହରୁଖଙ୍କ ସହିତ ନୟନତାରା ଓ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ 'ଜୱାନ'ରେ ନୟନତାରାଙ୍କ ଅଭିନୟ ଦେଖି ସମସ୍ତେ ଦିୱାନ ହୋଇ ଯାଇଥିବା ବେଳେ ନୟନତାରାଙ୍କ ନୂଆ ଫିଲ୍ମକୁ ନେଇ ଦର୍ଶକମାନେ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମର ରିଲିଜ ଡେଟ ଜଣାପଡି ନଥିବା ବେଳେ 2024 ମାର୍ଚ୍ଚ ବା ଏପ୍ରିଲ ରେ ରିଲିଜ କରାଯିବ ବୋଲି ଅନୁମାନ କରାଯାଉଛି ।