ହାଇଦ୍ରାବାଦ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ତେଲୁଗୁ ସିନେ ଜଗତର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏମାନେ ତେଲୁଗୁ ବ୍ରହ୍ମଣ ଋତିନୀତିରେ ବୁଧବାର ବିବାହ କରିଛନ୍ତି। ଏହି ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ବିବାହ ହାଇଦ୍ରାବାଦର ଆଇକନିକ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହୋଇଛି। ଏହି ବିବାହ ଉତ୍ସବରେ ତାଙ୍କର ଅନେକ ଘନିଷ୍ଠ ସଂପର୍କୀୟ ଓ ବନ୍ଧୁମାନେ ଉପସ୍ଥିତ ଥିଲେ।
ଶୋଭିତା କାଞ୍ଜିବରମ ସିଲ୍କ ଶାଢି ଓ ସୁନାର ପାରମ୍ପରିକ ଆଭୂଷଣରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଅନ୍ୟପଟେ ନାଗା ଚୈତନ୍ୟ ନିଜ ଦାଦା ଅକ୍କିନେନି ନାଗେଶ୍ଵର ରାଓଙ୍କ ଧଳା ପାଞ୍ଚା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ବିବାହ ସମାରୋହରେ ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣ ମଧ୍ୟ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ୨୦୧୭ ମସିହାରେ ନାଗା ଚୈତନ୍ୟ ପୂର୍ବରୁ ଅଭିନେତ୍ରୀ ସାମନ୍ଥାଙ୍କୁ ବିବାହ କରିଥିଲେ। କିନ୍ତୁ ଏମାନଙ୍କର ବିବାହ ବେଶୀଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା। ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଅକ୍ଟୋବର ୨୦୨୧ରେ ଏହି ଦମ୍ପତି ଅଲଗା ହେବାକୁ ଘୋଷଣା କରିଥିଲେ ଏବଂ ୨୦୨୨ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ଅଧିକ ପଢନ୍ତୁ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଚୈତନ୍ୟ ଏବଂ ଶୋଭିତା; ବିବାହରେ ଅନେକ ସେଲିବ୍ରିଟି ସାମିଲ ହେବେ