ହାଇଦ୍ରାବାଦ : ବ୍ୟକ୍ତିଗତ ଭାବରେ ବିବାହ କରିବେ ସାଉଥର ଷ୍ଟାର କପଲ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ଡିସେମ୍ବର ୪ ଅର୍ଥାତ ଆଜି ଦୁହେଁଙ୍କର ହାତଗଣ୍ଠି ପଡିବ । ଦୁହେଁ ବ୍ୟକ୍ତିଗତ ଭାବରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ବିବାହ କରିବେ । ଗତ କିଛି ଦିନ ହେବ ଦୁହିଁଙ୍କର ବିବାହ ପୂର୍ବର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହ ଉତ୍ସବରେ ବହୁ ସେଲିବ୍ରିଟି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ବିବାହରେ ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ପରିବାର, ଉପସାନା, ମହେଶ ବାବୁ ଏବଂ ନମ୍ରତା, ପ୍ରଭାସ, ଏସ୍ ରାଜାମୌଲି, ପିଭି ସିନ୍ଧୁ, ନୟନତାରା, ଆକକିନେନି ପରିବାର ଏବଂ ଡଗଗୁବତୀ ପରିବାର ସହିତ ଏନଟିଆର ମଧ୍ୟ ସାମିଲ ହେବେ ।
ରିପୋର୍ଟ ଅନୁଯାୟୀ, ଶୋଭିତାଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ତେଲୁଗୁ ବ୍ରାହ୍ମଣ ପରମ୍ପରା ଅନୁଯାୟୀ ଶୋଭିତା ଏବଂ ନାଗାଙ୍କର ୮ ଘଣ୍ଟିଆ ବିବାହ ଉତ୍ସବ ହେବ। ଶୋଭିତାଙ୍କ ସହ ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ ହେବ । ସେ ପୂର୍ବରୁ ଅଭିନେତ୍ରୀ ସାମନ୍ଥାଙ୍କୁ ବିବାହ କରିଥିଲେ। ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ, ସେମାନେ ଅକ୍ଟୋବର ୨୦୧୭ରେ ବିବାହ କରିଥିଲେ । ତେବେ, ବ୍ୟକ୍ତିଗତ ପାର୍ଥକ୍ୟ ଦର୍ଶାଇ ଅକ୍ଟୋବର ୨୦୨୧ରେ ଏହି ଦମ୍ପତି ଅଲଗା ହେବା ଘୋଷଣା କରିଥିଲେ ଏବଂ ୨୦୨୨ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ଅଧିକା ପଢନ୍ତୁ: ରିଲିଜ ପୂର୍ବରୁ ଓପନିଂ ଡେରେ ୩୦ କୋଟି କଲେକ୍ସନ କଲାଣି ପୁଷ୍ପା ୨, ଇତିହାସ ରଚିବ ଫିଲ୍ମ !