ମୁମ୍ବାଇ, ଫେବୃଆରୀ ୧୫ (ଖବର ଓଡ଼ିଶା): ବଲିଉଡ୍ ଅଭିନେତ୍ରୀ ମୋନିକା ପାନୱାର ଖୁବ୍ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି ଏକ ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା ଚଳଚିତ୍ର ‘ଦୁକାନ୍’ ରେ । ଏହି ଚଳଚିତ୍ରଟି ଏକ ନୂଆ କନସେପ୍ଟରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି ବୋଲି ଆଶାବାଦୀ ଅଛନ୍ତି ଫିଲ୍ମ ର ଲେଖକ ଓ ନିର୍ଦ୍ଦେଶକ ।
ତେବେ ଏହି ଫିଲ୍ମର ରିଲିଜ୍ ଡେଟ୍ ସ୍ପଷ୍ଟ ହୋଇ ନଥିବା ବେଳେ ବର୍ତମାନ ‘ଦୁକାନ୍’ ର ପୋଷ୍ଟର ରିଲିଜ୍ ହୋଇଛି ।
ବର୍ତମାନ ସମାଜରେ ସରୋଗାସି ବା ଅନ୍ୟ ଦ୍ୱାରା ନିଜ ଛୁଆ ଜନ୍ମ କରାଇବାର ଏକ ଟ୍ରେଣ୍ଡ ଚାଲିଥିବା ବେଳେ ଏହାକୁ ଅନେକ ମହିଳା ନିଜର ବ୍ୟବସାୟ ରୂପରେ ବାଛି ନେଇଛନ୍ତି ଯାହାକି ଚଳଚିତ୍ର ଦୁକାନ୍ ରେ ଦର୍ଶକ ମାନଙ୍କ ସାମ୍ନାକୁ ଆସିବାକୁ ଯାଉଛି ।
ମୋନିକା ନିଜ ଆଗାମୀ ଫିଲ୍ମ ର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ନିଜ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଛନ୍ତି । ଏବଂ ଏହି ଫିଲ୍ମ ପାଇଁ ମୋନିକାଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ବସିଥିବା ବେଳେ ଏବେ ତାଙ୍କୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିବା ଆରମ୍ଭ ହୋଇଛି ।
ବଲିଉଡ୍ ର ଜଣାଶୁଣା ଲେଖମ ସିଦ୍ଧାର୍ଥ ଓ ଗରିମା ଙ୍କ ଦ୍ୱାରା ଲିଖିତ ଫିଲ୍ମ ‘ଦୁକାନ୍’ ଖୁବ୍ ଶୀଘ୍ର କଲମକାର୍ ପିକ୍ଚର ବ୍ୟାନରେ ରିଲିଜ୍ ହେବାକୁ ଯାଉଛି ।