ପ୍ଲାଷ୍ଟିକ ସର୍ଜରୀ କରାଇବା ପଡିଲା ମହଙ୍ଗା, ପ୍ରାଣ ହରାଇଲେ କନ୍ନଡ ଅଭିନେତ୍ରୀ ନୂଆଦିଲ୍ଲୀ, ମେ ୧୭(ଖବର ଓଡିଶା): Share story: ପ୍ଲାଷ୍ଟିକ ସର୍ଜରୀ କରାଇବା ପଡିଲା ମହଙ୍ଗା । ପ୍ଲାଷ୍ଟିକ ସର୍ଜରୀ କରାଇ ପ୍ରାଣ ହରାଇଲେ କନ୍ନଡ ଅଭିନେତ୍ରୀ ଚେତନା ରାଜ୍ । ଶରୀରରୁ ଚର୍ବି କମାଇବାକୁ ସର୍ଜରୀ କରାଇବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଓଜନ କମାଇବାକୁ ଲିପୋସକ୍ସନ ସର୍ଜରୀ କରାଇଥିଲେ ଚେତନା । ହେଲେ ଡାକ୍ତରଙ୍କ ପାଇଁ ମୃତ୍ୟୁ ଘଟିଛି ବୋଲି ଚେତନାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି । ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ସର୍ଜରୀ ପରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସର୍ଜରୀ ପରେ ତାଙ୍କ ଫୁସଫୁସରେ ପାଣି ଜମି ଯିବାରୁ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ସୂଚନା ଅନୁସାରେ, ଚେତନା ନିଜ ମୋଟାପଣକୁ ନେଇ ଅସନ୍ତୋଷ ଥିଲେ । ତେବେ ସୋମବାର ବେଙ୍ଗାଲୁରର ରାଜାଜୀନଗରରେ ଥିବା ସେଟ୍ଟୀସ୍ କସ୍ମେଟିକ ସେଣ୍ଟରରେ ସର୍ଜରୀ ପାଇଁ ପହଞ୍ଚିଥିଲେ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହାସହିତ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ଓଡ଼ିଶା, Reporter, 17/05/2022