100 କୋଟି କ୍ଲବରେ ସାମିଲ ହେଲା... Khabar Odisha :19/02/2024 Share story: ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ'କୁ ଦର୍ଶକଙ୍କର ବେଶ ଭଲ ପାଇବା ମିଳିଛି । ଫ୍ୟାମିଲି - ଡ୍ରାମାରେ ତିଆରି ଏହି ଫିଲ୍ମଟି ଦର୍ଶକଙ୍କୁ ଏଣ୍ଟେରଟେନ କରିବା ସହ ତାଙ୍କ ମନ ମଧ୍ୟ ଜିତିବାରେ ସଫଳ ହୋଇଛି । ଗୋଟିଏ ନୂଆ କନସେପ୍ଟ ସହ ନୂଆ କାହାଣୀକୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମକୁ କେବଳ ଭାରତରେ ନୁହଁ ବରଂ ପୁରା ବିଶ୍ୱରୁ ବେଶ ଭଲପାଇବା ମିଳିଛି । ଫିଲ୍ମଟି ୧୦ଦିନରେ ପହଞ୍ଚିଥିବା ବେଳେ ଫିଲ୍ମଟି ବିଶ୍ୱରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହାସହ ଭାରତରେ ମଧ୍ୟ ଫିଲ୍ମ ୫୦କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ଏହାକୁ ନେଇ ସଫଳତାର ସହ ୧୦୦କୋଟି ପାର୍ କରିଥିବା ଚଳିତ ବର୍ଷର ଫିଲ୍ମ ମଧ୍ୟରେ ଚତୁର୍ଥ ଫିଲ୍ମ ଭାବେ ମଧ୍ୟ ସ୍ଥାନ ପାଇଛି । ଏହି ଫିଲ୍ମରେ କ୍ରିତି ଜଣେ ରୋବର୍ଟ ର ଭୂମିକାରେ ଅଭିନୟ କରିଥିବା ବେଳେ ସାହିଦ ଜଣେ ରୋବର୍ଟ ଇଞ୍ଜିନିୟରର ଭିମିକାରେ ନଜର ଆସିଛନ୍ତି । ତେବେ ଏହା ଏକ ରୋବର୍ଟ ଏବଂ ମଣିଷ ଭିତରେ ହୋଇଥିବା ଏକ ଲଭ ଷ୍ଟୋରି । Teri Baaton Mein Aisa Uljha Jiya Boolywood Ayesha Debnath, Author, 19/02/2024