ହିନ୍ଦୀ ଫିଲ୍ମ ପାଇଁ ବିଶ୍ୱର ଅନେକ ଦେଶ ପରି ଚୀନରେ ମଧ୍ୟ ବଢ଼ିଲା କ୍ରେଜ୍। ଅବନୀତ କୌର ଏବଂ ଶାନ୍ତନୁ ମିଶ୍ରଙ୍କ ଅଭିନୀତ ଫିଲ୍ମ ‘ଲଭ୍ ଇନ୍ ଭିଏତନାମ’ ଚୀନରେ ଧମାକା ସୃଷ୍ଟି କରିଛି। ଏହା ଚୀନରେ ୧୦,୦୦୦ ସ୍କ୍ରିନରେ ମୁକ୍ତିଲାଭ କରିବାକୁ ଯାଉଛି। ‘ଲଭ୍ ଇନ୍ ଭିଏତନାମ ଟ୍ରେଲରଟି ସମସ୍ତଙ୍କ ମନ କିଣିନେଇଛି। ତେବେ ଏହି ଫିଲ୍ମଟି ୧୨ ସେପ୍ଟେମ୍ବର ୨୦୨୫ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏବେ ଠାରୁ ସମସ୍ତଙ୍କ ମଧ୍ୟରେ ଫିଲ୍ମଟିକୁ ଦେଖିବାକୁ ନେଇ ଆଗ୍ରହ ଦେଖିବାକୁ ମିଳିଛି।
ତେବେ ଏହା ଏକ ବଡ ସଫଳତା ବୋଲି କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ରାହତ ଶାହ କାଜମୀ। ଏପରିକି ସେ ଏହା ମଧ୍ୟ କହିଛନ୍ତି ଆମେ ଏହି ଫିଲ୍ମକୁ ଏକ ନିଆରା ଢଙ୍ଗରେ ନିର୍ମାଣ କରିଛୁ। ଏଥିରେ ଦର୍ଶକ ଏକ ଭିନ୍ନ କାହାଣୀ ଦେଖିବାକୁ ପାଇବେ। ଏଥିସହ ଏହା ପ୍ରକୃତରେ ଗର୍ବର ବିଷୟ, କାରଣ ଆମେ ଭାରତରେ ରିଲିଜ୍ ହେବା ପୂର୍ବରୁ ଚୀନରେ ୧୦,୦୦୦ ସ୍କ୍ରିନ୍ ହାସଲ କରି ଇତିହାସ ସୃଷ୍ଟି କରିଛୁ।
ତେବେ ‘ଲଭ୍ ଇନ୍ ଭିଏତନାମ’ ଫିଲ୍ମରେ ଶାନ୍ତନୁ ମାହେଶ୍ୱରୀଙ୍କ ବ୍ୟତୀତ, ଭିଏତନାମୀୟ ଅଭିନେତ୍ରୀ ଖା ନାଗନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାସହିତ ଫରିଦା ଜଲାଲ, ଗୁଲସନ ଗ୍ରୋଭର, ରାଜ ବବରଙ୍କ ଭଳି ବରିଷ୍ଠ ଅଭିନେତା ମଧ୍ୟ ନଜର ଆସିବେ। ଏପରିକି ଫିଲ୍ମରେ ପଞ୍ଜାବ ଏବଂ ଭିଏତନାମର ସୁନ୍ଦର ସ୍ଥାନଗୁଡ଼ିକୁ ମଧ୍ୟ ଦେଖାଯାଇଛି। ଓମୁଙ୍ଗ କୁମାର, କ୍ୟାପ୍ଟେନ୍ ରାହୁଲ ବାଲିଙ୍କ ଦ୍ୱାରା ପ୍ରଯୋଜିତ ଏବଂ ରାହତ ଶାହ କାଜମୀ ଏହାର ନିର୍ଦେଶନାରେ ଭାର ସମ୍ଭାଳିଛନ୍ତି।