ମୁମ୍ବାଇ : ରିଲିଜ ହୋଇଛି 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ' ଫିଲ୍ମର ଆଉ ଗୋଟିଏ ଗୀତ । ଏହି ଗୀତଟି ହେଉଛି ସେହି ଫିଲ୍ମର ଆଇଟମ ଗୀତ । ସେହି ଗୀତରେ ଶେହେନାଜ ଗିଲ୍ ରାଜକୁମାରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଗୀତ ଟିର ଟାଇଟେଲ ହେଉଛି ‘ସଜନା ଭେ ସଜନା’ । ଗୀତଟି ରିଲଜ ହେବାର ମାତ୍ର କେଇ ଘଣ୍ଟା ଭିତରେ ଲୋକଙ୍କ ମନ ଜିଣି ପାରିଥିଲା ।
ପ୍ରଶଂସକମାନେ ଶେହନାଜ ଗିଲ ଏବଂ ରାଜକୁମାର ରାଓଙ୍କ ଆଇଟମ୍ ଗୀତକୁ ବହୁତ ପସନ୍ଦ କରୁଛନ୍ତି। ଶେହନାଜ ଗିଲ ପ୍ରଥମ ଥର ପାଇଁ 'ସଜନା ଭେ ସଜନା'ରୁ ଏକ ଆଇଟମ୍ ଗୀତରେ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ କିଲର ମୁଭସ୍, ବୋଲ୍ଡ ଷ୍ଟାଇଲ୍କୁ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତକୁ ଦେଖି ପ୍ରଶଂସକମାନେ କହୁଛନ୍ତି ଯେ ଶେଖନାଜ ଗିଲଙ୍କ ସାମ୍ନାରେ ତୃପ୍ତି ଫିକା । ସବୁ ଲାଇମ୍ ଲାଇଟ୍ ଶେହନାଜ୍ ହାସଲ କରିଛନ୍ତି। ରାଜକୁମାର ଏବଂ ତୃପ୍ତିଙ୍କ ଫିଲ୍ମକୁ ରାଜ ଶାଣ୍ଡିଲିଆ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୧ ରେ ମୁକ୍ତିଲାଭ କରିବ। ଫିଲ୍ମ ବକ୍ସ ଅଫିସରେ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଜିଗ୍ରା'କୁ ଟକ୍କର ଦେବାକୁ ଯାଉଛି। ଏହି ଫିଲ୍ମଟି ପାରିବାରିକ ଚଳଚ୍ଚିତ୍ର ଉପରେ ଆଧାରିତ।