୪୮ ବର୍ଷ ବୟସରେ ପାଦ ଦେଲେ ଅର୍ଜୁନ ରାମପାଲ୍‌
Khabar Odisha:Happy-Birthday-Arjun-Rampal

ମୁମ୍ବାଇ : ମଡେଲ-ଟର୍ନ-ଅଭିନେତା ଅର୍ଜୁନ ରାମପାଲ କେବଳ ତାଙ୍କର ସୁନ୍ଦର ଚେହେରା ସହିତ ଦର୍ଶକ ମାନଙ୍କ ହୃଦୟ ଜିତି ନାହାଁନ୍ତି ବରଂ ତାଙ୍କ ନିଖୁଣ ଅଭିନୟ ଦ୍ୱାରା ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବାନ୍ଧି ରତ୍କଛନ୍ତି ନିଜ ଅଭିନୟ ଜାଦୁରେ । 

ଫିଲ୍ମ ‘ଅସମ୍ବଭ'ରେ ଏକ ସ୍ୱତନ୍ତ୍ର ଏଜେଣ୍ଟର ଚରିତ୍ରରେ ପ୍ରଥମ ଥର ପାଇଁ ନଜର ଆସିଥିଲେ ଅର୍ଜୁନ ରାମପାଲ୍ । ଏହା ପରେ ' ରକ୍ ଅନ୍‌’ ଭଳି ଚର୍ଚ୍ଚିତ ହିଟ୍ ଫିଲ୍ମରେ ଜଣେ ଲିଡ୍ ଗିଟାରିଷ୍ଟ ଭାବରେ ଅର୍ଜୁନ ବର୍ଷ ବର୍ଷ ଧରି ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରି ଆସିଛନ୍ତି ।

ଆଜି ବଲିଉଡ୍ ର ଏହି ପ୍ରତିଭାଶାଳୀ ଅଭିନେତା ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି । ଏଥିସହିତ ଜନ୍ମଦିନରେ ଅର୍ଜୁନଙ୍କ ଅଗଣିତ ଫ୍ୟାନ୍ସ ମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ । ସୋସିଆଲ ମିଡିଆରେ ଅର୍ଜୁନ ରାମପାଲଙ୍କ ବ୍ୟକ୍ତିଗତ ଜୀବନ ଶୈଳି ଠୁ ନେଇ ବାନ୍ଧବୀ ପର୍ଯ୍ୟନ୍ତ ସବୁ ବିଷୟର ଜୋରଦାର ଚର୍ଚ୍ଚା ହେଉଛି ।

ଅର୍ଜୁନ ରାମପାଲ ‘ହାଉସଫୁଲ’, ‘ଓମ-ଶାନ୍ତି-ଓମ୍‌’, ‘ସତ୍ୟାଗ୍ରହ’ ଓ ‘ରାଜନୀତି’ ଭଳି ଅନେକ ବଡ ବଡ ସିନେମାରେ ଅଭିନୟ କରିଛନ୍ତି ।

  • Tags:

Subscribe

National International State Sports Entertainment