ଆଜି ପଞ୍ଚଭୂତରେ ଲୀନ ହେବେ ପଙ୍କଜ ଉଧାସ । ମୁମ୍ବାଇରେ ପଙ୍କଜ ଉଧାସଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି । ଗତ ସୋମବାର ସକାଳ ୧୧ଟାରେ ମୁମ୍ବାଇରେ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଥିଲା । ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଗଜଲ ଗାୟକ ପଙ୍କଜ ଉଧାସ ।ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଆଜି ଅପରାହ୍ନରେ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ଦେହାନ୍ତ ଖବରରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ସେଲିବ୍ରିଟି ସମେତ ଫ୍ୟାନ୍ସ ତଥା ପ୍ରମୁଖ ବ୍ୟକ୍ତି ମାନେ ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ୨୦୦୬ ମସିହାରେ ସଂଗୀତ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଆଗକୁ ପଢ଼ନ୍ତୁ : ପରଲୋକରେ ପଙ୍କଜ ଉଧାସ