ସାଉଥ୍ ଅଭିନେତ୍ରୀ ସଞ୍ଜନାଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ରୁଜୁ ହେଲା ମାମଲା
Khabar Odisha:For-South-actress-Sanjana-the-case-has-escalated-and-a-case-has-been-registered-at-the-police-station
ନୂଆଦିଲ୍ଲୀ, ଅକ୍ଟୋବର ୮(ଖବର ଓଡିଶା):

ସାଉଥ୍ ଫିଲ୍ମ ଏବେ ଭୋଜପୁରୀ ଗୀତରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସଞ୍ଜନା ଗାଲରାନିଙ୍କ ସମସ୍ୟା ଶେଷ ହେବାର ନାଁ ଧରୁନି । କିଛି ସମୟ ପୂର୍ବରୁ ତାଙ୍କ ଉପରେ ଡ୍ରଗ୍ସ ନେଉଥିବାର ଅଭିଯୋଗ ହୋଇଥିଲା ଯାହା ପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ବର୍ତ୍ତମାନ ଜଣେ କ୍ୟାବ ଡ୍ରାଇଭର ତାଙ୍କ ଅଭିଯୋଗ ଆଣିଛନ୍ତି । 

ସୂଚନା ଅନୁସାରେ, ବାଙ୍ଗୋଲରର ଜଣେ କ୍ୟାବ ଡ୍ରାଇଭର ସଞ୍ଜନା ଗାଲରାନିଙ୍କ ଉପରେ ଝଗଡା କରିବା ସହ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ଏହା ପରେ ସେ ଏକ ଏଫଆଇଆର ଦାଖଲ କରିଛନ୍ତି । କ୍ୟାବ ଡ୍ରାଇଭର ଅଭିଯୋଗ କରିଛନ୍ତି ଯେ ଅକ୍ଟୋବର ୫ ତାରିଖ ସକାଳେ ସଞ୍ଜନା ତାଙ୍କ କ୍ୟାବରେ ବସିଥିବା ବେଳେ ତାଙ୍କୁ ଏସି ଚଳାଇବାକୁ କହିଥିଲେ । 

କର୍ଣ୍ଣାଟକର କୋଭିଡ ପ୍ରୋଟୋକଲକୁ ଦର୍ଶାଇ ଡ୍ରାଇଭର ଏସି ଟର୍ନ ଅନ କରିବାକୁ ମନା କରିଦେଇଥିଲେ । ଏହା ଉପରେ ସଞ୍ଜନା ତାଙ୍କୁ ଦୁବ୍ୟବହାର କରି ନିଜେ ଏସି ଅନ କରିଥିଲେ । ଏହାପରେ ସେ ଡ୍ରାଇଭରଙ୍କୁ ଧମକ ଦେଇଥିଲେ ଯେ ସେ ତାଙ୍କ ବିରୋଧରେ ଅପହରଣ ମାମଲା ଦାଖଲ କରିବେ ଏବଂ ତାଙ୍କ ବିରୋଧରେ ସୋସିଆଲ ମିଡିଆ ପ୍ଲାଫର୍ମରେ ମଧ୍ୟ ଅଭିଯାନ ଚଳାଇବେ । ଡ୍ରାଇଭର କହିଛନ୍ତି ଯେ ସେ କର୍ଣ୍ଣାଟକ ଡ୍ରାଇଭର ଆସୋସିଏସନ ସହିତ ଏହି ମାମଲା ନେଇଛନ୍ତି ।

  • Tags:

Subscribe

National International State Sports Entertainment