କ୍ରାଇମ୍ ପେଟ୍ରୋଲର ଜଣାଶୁଣା କଳାକାର ଶଫିକ ଅନସାରୀଙ୍କ ୫୨ ବର୍ଷ ବୟସରେ ପରଲୋକ
Khabar Odisha:Entertainment-India-boliwood-Crime-Patrol-actor-Shafique-Ansari-dies-of-cancer-at-52

ନୂଆଦିଲ୍ଲୀ, ମେ ୧୨ (ଖବର ଓଡ଼ିଶା): ଲୋକପ୍ରିୟ ଧାରାବାହିକ ‘କ୍ରାଇମ ପେଟ୍ରୋଲ’ର କଳାକାର ଶଫିକ ଅନସାରୀଙ୍କ ୫୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୨୦୨୦ ମେ’ ୧୦ ତାରିଖରେ ଶଫିକଙ୍କ ନିଧନ ହୋଇଛି । ସେ ଦୀର୍ଘ କିଛି ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇ ମୁମ୍ବାଇରେ ଶେଷ ନିଃଶ୍ୱାସ ନେଇଛନ୍ତି । 

ଶଫିକଙ୍କ ପରଲୋକ ଟେଲିଭିଜନ ଶିଳ୍ପକୁ ବଡ଼ କ୍ଷତି ପହଞ୍ଚାଇଛି । ତାଙ୍କର ପ୍ରଶଂସକମାନେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି । ସେହିଭଳି ସିନେ ଓ ଟିଭି କଳାକାର ସଂଗଠନ ମଧ୍ୟ ଦୁଃଖ ଜଣାଇଛି । ଶଫି ୨୦୦୮ ଜୁନର ସିଣ୍ଟାର ସଦସ୍ୟ ଥିଲେ । 

ସହଯୋଗୀ ନିର୍ଦେଶକରୁ ଶଫିକ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଅଭିନୟ କ୍ଷେତ୍ରରେ ପାଦ ଥାପିଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ କିଛି ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଶଫିଫ କ୍ରାଇମ ପେଟ୍ରେଲ ବ୍ୟତୀତ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଦୋସ୍ତ, ଇଜତଦାର, ପ୍ରତିଜ୍ଞା, ଦିଲ କା ହୀରା ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ ।  

 

  • Tags:

Subscribe

National International State Sports Entertainment