ବଲିଉଡ ଗାୟକ ଉଦିତ ନାରାୟଣଙ୍କୁ ହତ୍ୟା ଧମକ!
Khabar Odisha:Entertainment-Bollywood-singer-Udit-Narayan-threatens-to-kill-in-Mumbai-by-Ravi-Pujari

ମୁମ୍ବାଇ, ଜୁଲାଇ ୩୦ (ଖବର ଓଡ଼ିଶା): ବଲିଉଡ ଫିଲ୍ମ ଗାୟକ ଉଦିତ ନାରାୟଣଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଛି । ଦାଦାବଟି ଦାବୀ କରି ତାଙ୍କୁ ଏହି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଧମକ ବ୍ୟତୀତ ଉଦିତ ନାରାୟଣଙ୍କୁ ଅଜଣା ବ୍ୟକ୍ତି ଫୋନରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଅଶ୍ଲିଳ ଶବ୍ଦ ମଧ୍ୟ କହିଛି । ଉଦିତ ନାରାୟଣ ଘଟଣାକୁ ନେଇ ଅମ୍ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଉଦତଙ୍କ କହିବା ଅନୁସାରେ ଅଜଣା ବ୍ୟକ୍ତି ଏଯାଏଁ ୩ ଥର ଫୋନ କରି ଧମକ ଦେଇ ସାରିଛି । ସେ ଯେତେବେଳେ ସୁଟିଂରେ ବ୍ୟସ୍ତ ରହୁଛନ୍ତି, ସେହି ସମୟରେ ଫୋନରେ ଧମକ ଆସୁଛି । 

ଉଦିତ ନାରାୟଣ କହିଛନ୍ତି, ଫୋନ କରୁଥିବା ବ୍ୟକ୍ତି ନିଜକୁ ରବି ପୂଜାରୀ ବୋଲି ପରିଚୟ ଦେଉଛି ଏବଂ ସେ ମୋଟା ଅଙ୍କର ଟଙ୍କା ଦାବୀ କରୁଛି । ଟଙ୍କା ମିଳୁ ନ ଥିବାରୁ ଆଶାଳୀନ ଶବ୍ଦରେ ଗାଳିଗୁଲଜ କରିବା ସହିତ ଧମକ ଦେଉଛି । ପୋଲିସ ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ଧମକ ଦେଉଛି, ସେ ବିହାର ଅଂଚଳରୁ କଲ କରୁଛି । ତଦନ୍ତରୁ ଜଣାପଡ଼ିଛି ଯେଉଁ ଫୋନରୁ କଲ ଆସୁଛି, ତାହା ଉଦିତ ନାରାୟଣଙ୍କ ୱାଚମ୍ୟାନଙ୍କ ନାମରେ ଅଛି । 

ପୋଲସର ପଚରାଉଚରା ବେଳେ ୱାଚମ୍ୟାନ କହିଛି, ତାଙ୍କର ଫୋନ ୩ ମାସ ପୂର୍ବରୁ ଚୋରୀ ହୋଇଯାଇଛି । ସେହି ସମୟରେ ୱାଚମ୍ୟାନ ବିହାରରେ ଥିଲା । ଅମ୍ବୋଲି ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ନିରୀକ୍ଷକ ଭରତ ଗାୟକୱାଡ କହିଛନ୍ତି, ଉଦିତ ନାରାୟଣଙ୍କ ଅଭିଯୋଗ ନେଇ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଉଦିତ ନାରାୟଣଙ୍କ ଘର ଆଖପାଖରେ ପୋଲିସ ମୁତୟନ କରାଯାଇଛି । 

  • Tags:

Subscribe

National International State Sports Entertainment