ଅକ୍ଷୟ କୁମାର ପୁଣି ବଢ଼ାଇଲେ ସହଯୋଗର ହାତ, ମୁମ୍ବାଇ ପୋଲିସକୁ ଦେଲେ ଏତିକି କୋଟି ଟଙ୍କା
Khabar Odisha:Entertainment-Akshay-Kumar-donated-Rs-2-crore-to-Mumbai-police-foundation-then-commissioner-tweeted

ମୁମ୍ବାଇ, ଏପ୍ରିଲ ୨୮ (ଖବର ଓଡ଼ିଶା): କରୋନା ଭାଇରସ ସହ ଦେଶ ଲଢ଼େଇ ଜାରି ରଖିଥିବା ବେଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ମୁମ୍ବାଇ ପୋଲିସ ଫାଉଣ୍ଡେଶନକୁ ୨ କୋଟି ଟଙ୍କା ଦାନ କରିଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଟୁଇଟ କରି ଅକ୍ଷୟ କୁମାରଙ୍କୁ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସିଂହ ଲେଖିଛନ୍ତି ଯେ, ମୁମ୍ବାଇ ପୋଲିସ ଫାଉଣ୍ଡେଶନରେ ୨ କୋଟି ଟଙ୍କା ସହଯୋ ପାଇଁ ମୁମ୍ବାଇ ପୋଲି ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ସହଯୋଗ ସହରର ସୁରକ୍ଷା ପାଇଁ ପ୍ରତିବଦ୍ଧ ମହିଳା ଓ ପୁରୁଷ ପୋଲିସ କର୍ମୀଙ୍କ ଜୀବନରେ ବହୁ ସହାୟତା ପ୍ରଦାନ କରିବ ।  

ଟୁଇଟର ଜବାବରେ ୫୨ ବର୍ଷିଅ ଅଭିନେତା ଅକ୍ଷୟ କୁମାର କୋଭିଡ-୧୯ ସଂକ୍ରମଣରେ ନିଜର ଜୀବନ ହରାଇଥିବା ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ସୁର୍ଭେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜର ପ୍ରଶଂସକଙ୍କୁ ଫାଉଣ୍ଡେଶନରେ ସହଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ ଟୁଇଟରେ କହିଛନ୍ତି, ମୁଁ ମୁମ୍ବାଇ ପୋଲିସର ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ସୁର୍ଭେଙ୍କୁ ସଲାମ କରୁଛି । ଏହି ଦୁଇ ଜଣ କରେନା ସହ ଲଢ଼େଇ କରି ନିଜ ଜୀବନ ହରାଇଛନ୍ତି । ମୁଁ ମୋର କାମ କରିଛି । ଆଶା କରୁଛି ଅପାଣ ମଧ୍ୟ କରିବେ । ଆମକୁ ମନେ ରିଖିବାକୁ ହେବ ଯେ, ତାଙ୍କ ପାଇଁ ଆମେ ସୁରକ୍ଷିତ ଓ ଜୀବିତ । 

ସୂଚନାଯୋଗ୍ୟ, ଅକ୍ଷୟ କୁମାର ପୂର୍ବରୁ ପିପିଇ, ମାସ୍କ ଓ ରାପିଡ ଟେଷ୍ଟିଂ କିଟ ପ୍ରସ୍ତୁତ ପାଇଁ ବୃହନମୁମ୍ବାଇ ନଗର ନିଗମକୁ ୩ କୋଟି ଟଙ୍କା ଦାନ କରିଥିଲେ । ସେହିଭଳି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର୍ସଫଣ୍ଡକୁ ୨୫କୋଟି ଟଙ୍କା ଦାନ କରିଥିଲେ । 

 

  • Tags:

Subscribe

National International State Sports Entertainment