ରିଲିଜ ହେଲା ଦବାଙ୍ଗ -୩ର ପ୍ରଥମ ଗୀତର ଅଡିଓ, କିଛି ଘଣ୍ଟାରେ ଶୁଣିଲେ ୨ଲକ୍ଷରୁ ଅଧିକ ଶ୍ରୋତା
Khabar Odisha:Entertainment--bollywood-odisha-dabangg-3-salman-khan-chulbul-pandey-rahat-fateh-ali-khan-naina-lade-song
ନୂଆଦିଲ୍ଲୀ, ନଭେମ୍ବର ୦୮(ଖବର ଓଡ଼ିଶା):

ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଷ୍ଟାରର ଫିଲ୍ମ “ଦବାଙ୍ଗ-୩”ର ପ୍ରଥମ ଗୀତ ରିଲିଜ ହୋଇଛି । ଏହି ଫିଲ୍ମର ପ୍ରଥମ ଗୀତ “ନୈନା ଲଡ଼େ” ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ୨ଲକ୍ଷରୁ ଅଧିକ ଶ୍ରୋତା ଶୁଣିଛନ୍ତି । 

ଫିଲ୍ମ “ଦବାଙ୍ଗ-୩”ର ପ୍ରଥମ ଗୀତ “ନୈନା ଲଡ଼େ”ରେ ସିଙ୍ଗର ଜାବେଦ ଅଲ୍ଲୀ କଣ୍ଠଦାନ କରିଛନ୍ତି । ଏହି ଗୀତରେ ମ୍ୟୁଜିକ ଦେଇଛନ୍ତି ସାଜିଦ ଓ ବାଜିଦ । ଏହି ଗୀତଟିରେ ଲିରିକ୍ସ ଦେଇଛନ୍ତି ଦାନିଶ ସାବରୀ । ଏହି ଗୀତଟିକ ବର୍ତ୍ତମାନ ପ୍ରଥମେ ଅଡିଓରେ ରିଲିଜ କରାଯାଇଛି । “ନୈନା ଲଡ଼େ” ଗୀତର ଅଡିଓ ରିଲିଜ ହେବାର କିଛି ସମୟ ମଧ୍ୟରେ ହିଁ ୨ଲକ୍ଷରୁ ଅଧିକ ଶ୍ରୋତା ଶୁଣିଛନ୍ତି । ଏହି ଗୀତଟି ଶ୍ରୋତାଙ୍କ ମନକୁ କିଣି ନେଇଛି । ବର୍ତ୍ତର୍ମାନ ଏହି ଗୀତର ଭିଡିଓ ରିଲିଜକୁ ସବୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । 

ପାକିସ୍ତାନୀ ସିଙ୍ଗର ରାହତ ଫତେଅଲ୍ଲୀ ଖାନଙ୍କୁ ଫିଲ୍ମରୁ ରିପ୍ଲେସ କରାଯାଇଛି । ପୂର୍ବ ୨ଟ୍ରାପରେ ରାହତ ଫତେଅଲ୍ଲୀ ଖାନ ହି ଟାଇଟଲ ଟ୍ରାକରେ କଣ୍ଠଦାନ କରିଥିଲେ । କିନ୍ତୁ ଏହି ଫିଲ୍ମରେ ତାଙ୍କୁ ବାଦ ଦିଆଯାଇଛି । ଦବାଙ୍ଗ ୩ ପାଇଁ ମଧ୍ୟ ରାହତ ଫତେଅଲ୍ଲୀ ଖାନଙ୍କ ସହ ଚୁକ୍ତି ହୋଇଥିଲା କିନ୍ତୁ ଭାରତ ଓ ପାକିସ୍ତାନ ତିକ୍ତତା ପାଇଁ ତାଙ୍କୁ ବାଦ ଦେବାକୁ ଫିଲ୍ମ ମେକର୍ସ ନିଷ୍ପତି ନେଇଛନ୍ତି ।

  • Tags:

Subscribe

National International State Sports Entertainment