ନୂଆଦିଲ୍ଲୀ, ଜୁନ୍ ୨୨ (ଖବର ଓଡ଼ିଶା): ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଯୋଡ଼ିଙ୍କୁ ବିଶ୍ୱରେ ସମସ୍ତେ ପସନ୍ଦ କରିଥାନ୍ତି । ନିକଟରେ ଏହି ଯୋଡ଼ି ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେଣୁ ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି । କିନ୍ତୁ ଏହି ଷ୍ଟାର ଦମ୍ପତି ଗୋଟିଏ ଶିଶୁରେ ସନ୍ତୁଷ୍ଟ ନୁହଁନ୍ତି । କାରଣ ଏହି ଦମ୍ପତିଙ୍କ ଯୋଜନା ବହୁତ ବଡ଼ ।
ଚଳିତ ବର୍ଷ ଜାନୁଆରୀ ମାସରେ ନିକ ଓ ପ୍ରିୟଙ୍କାଙ୍କ ଘରକୁ ଖୁସି ଖବର ଆସିଥିଲା । ସେରୋଗେସୀ ମାଧ୍ୟମରେ ଷ୍ଟାର ଦମ୍ପତି ମାତା-ପିତା ହୋଇଥିଲେ । ଶିଶୁକନ୍ୟାର ନାଁ ମାଲତୀ ମେରୀ ଚୋପ୍ରା ଜୋନ୍ସ ରଖାଯାଇଛି । କିନ୍ତୁ ନିକ୍ଙ୍କ ଆଶା ଯେ, ସେମାନେ ଅଧିକ ପିଲାର ବାପା-ମା’ ହେବେ । ଏକଦା ସାକ୍ଷାତକାରରେ ନିକ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ପ୍ରିୟଙ୍କାଙ୍କ ପାଇଁ ସେ ଭାଗ୍ୟଶାଳୀ ଓ ସେ ଏକ ବଡ଼ ପରିବାର କରିବାକୁ ଚାହୁଁଛନ୍ତି । ପ୍ରିୟଙ୍କାଙ୍କ ଠାରୁ ମୁଁ ବହୁତ ଶିଶୁ ଚାହୁଁଛି ।
ଅନ୍ୟପଟରେ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୧୧ଟି ଶିଶୁ ଚାହାନ୍ତି । ଏହି ଉତ୍ତର ଦେଇ ଅଭିନେତ୍ରୀ ବହୁତ ହସିଥିଲେ । ସେ କହିଥିଲେ ଯେ, ପୂରା କ୍ରିକେଟ ଟିମ୍ ଗଢ଼ିବାକୁ ଚାହୁଁଛନ୍ତି । ଏକ କ୍ରିକେଟ ଟିମ୍ ଗଢ଼ିବାକୁ ୧୧ ଜଣ ପିଲା ଦରକାର ।
ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନ୍ସ ୨୦୧୮ରେ ବିବାହ କରିଥିଲେ । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ହୋଟେଲରେ ପ୍ରିୟଙ୍କା-ନିକଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।