ଆଉ ଏକ ମାଇଲଷ୍ଟୋନ୍ ହିଟ୍ କଲା ଇମ୍ରାନ ହାସମିଙ୍କ ମ୍ୟୁଜିକ ଭିଡିଓ ‘ଲୁଟ୍ ଗେୟେ’
Khabar Odisha:Emraan-Hasmis-Music-Video-Lut-Geye-Sets-Another-Record

ମୁମ୍ବାଇ, ଏପ୍ରିଲ ୨୧ (ଖବର ଓଡ଼ିଶା): ଏବେ ଚର୍ଚ୍ଚାରେ ଇମ୍ରାନ ହାସମିଙ୍କ ମ୍ୟୁଜିକ୍ ଭିଡିଓ ଲୁଟ୍ ଗେୟେ । ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ୍ ଅତିକ୍ରମ କରିଚାଲିଛି ଏହି ଗୀତ । ଦର୍ଶକ ଓ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିଛି ‘ଲୁଟ୍ ଗେୟେ’ । ଏହି ଗୀତ ରିଲିଜ୍ ହେବା ଦିନ ଠାରୁ ହିଁ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛି ।

 ବର୍ତମାନ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ମ୍ୟୁଜିକ୍ ଭିଡିଓ ‘ଲୁଟ୍ ଗେୟେ’ । ମାତ୍ର ୬୦ ଦିନ ମଧ୍‌ୟରେ ୫୦୦ ମିଲିୟନ୍ ଭିୟ୍ୟୁସ୍ କଲେକ୍ଟ କରିଛି ଏହି ଗୀତ । ଏହି ଗୀତ ଟିକୁ ସୋଲଫୁଲ ମ୍ୟୁଜିକ୍ ର କିଙ୍ଗ କୁହାଯାଉଥିବା ସିଙ୍ଗର ଜୁବିନ୍ ନୌଟିଆଲ ଗାଇଛନ୍ତି । ତେବେ ସବୁ ସମୟରେ ନିଜ ଗୀତ ପାଇଁ ନିଜ ଫ୍ୟାନ୍ସମାନଙ୍କ ପାଖରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ବଲିଉଡ୍ ଆକ୍ଟର ଇମ୍ରାନ ହାସିମ ଏହି ଗୀତରେ ବେଶ୍ ରୋମାଣ୍ଟିକ୍ ଅନ୍ଦାଜ୍ ରେ ଦର୍ଶକଙ୍କୁ ନଜର ଆସିଛନ୍ତି ।

ଗୀତ ଟିର ସଫଳତାକୁ ନେଇ ଉଭୟ ଇମ୍ରାନ ହାସିମ ଓ ଜୁବିନ୍ ଖୁସି ବ୍ୟକ୍ତ କରିବା ସହିତ ସଫଳତାର ଶ୍ରେୟ ପ୍ରସଂଶକ ମାନଙ୍କୁ ଦେଇଛନ୍ତି । ଉଭୟ ନିଜ ସୋସିଆଲ ମିଡିଆରେ ଏହାକୁ ନେଇ ପୋଷ୍ଟ ମଧ୍ୟ କରିଛନ୍ତି । ବର୍ତମାନ ଗୀତଟି ସୋସିଆଲ ମିଡିଆରେ ଧୁମ୍ ମଚାଉଥିବା ବେଳେ ଆଗକୁ ଆହୁରି ଅନେକ ମାଇଲଷ୍ଟୋନ୍ ଅତିକ୍ରମ କରୁ ବୋଲି ଆମର ଶୁଭେଚ୍ଛା ।

  • Tags:

Subscribe

National International State Sports Entertainment