ବଲିଉଡ୍‌ର ପିଛା ଛାଡୁନି ଡ୍ରଗ୍ସ ମାମଲା, କିଙ୍ଗଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବି ରେଡ୍‌
Khabar Odisha:Drugs-case-not-left-behind-in-Bollywood-NCB-Red-at-the-home-of-King-Khan-and-Ananya-Pandey
ମୁମ୍ବାଇ, ଅକ୍ଟୋବର ୨୧(ଖବର ଓଡିଶା):

ବଲିଉଡର ପିଛା ଛାଡୁନି ଡ୍ରଗ୍ସ ମାମଲା । କିଙ୍ଗଖାନ୍ ଶାହରୁଖଙ୍କ ଘରେ ଏନସିବିର ଟିମ୍ । ଶାହରୁଖଙ୍କ ଘର ମନ୍ନତରେ ପହଞ୍ଚିଛି ଏନସିବିର ଟିମ୍ । ସେହିପରି ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ ଏନସିବି ରେଡ୍ କରୁଛି । ସେହିପରି ଅନନ୍ୟାଙ୍କୁ ଏନସିବି ପଚରାଉଚରା କରିବ ବୋଲି ସୂଚନା ମିଳିଛି । ଏହି ଚଢଉ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ କରାଯାଇଛି । ଅନନ୍ୟା ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବନ୍ଧୁ ଅଟନ୍ତି । 

ଏହାସହିତ ସେମାନଙ୍କୁ ଆଜି ଏନସିବି ଅଫିସକୁ ପଚରାଉଚରା ପାଇଁ ଡକାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ । ମାତ୍ର ଏନସିବିର ଏହି ରେଡ୍ ଆର୍ଯ୍ୟନ ଖାନ୍ ଡ୍ରଗ୍ ମାମଲା ସହ ଜତିତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । 

ଅନ୍ୟପଟେ ଏନସିବି ଟିମ୍ ଶାହରୁଖଙ୍କ ଘର ମନ୍ନତରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ କୋଭିଡ କଟକଣା ଅନୁସାରେ କଏଦୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଭେଟିପାରିବେ ନାହିଁ । ମାତ୍ର ଏହି କଟକଣା ଆଜି ହଟିଥିଲା । ସେଥିପାଇଁ ଆର୍ଯ୍ୟନଙ୍କୁ ଭେଟିବାକୁ ଶାହରୁଖ ଖାନା ଜେଲରେ ପହଞ୍ଚିଥିଲେ ।

  • Tags:

Subscribe

National International State Sports Entertainment